fbpx

ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ, ପୁଅ ସନ୍ତାନଙ୍କୁ ଜନ୍ମ ଦେଲେ ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ପତ୍ନୀ ଗୀତା ବସରା ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି । ଏନେଇ ହରଭଜନ ସିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି । ହରଭଜନ ଏହି ଖୁସି ଖବର ନିଜ ଫ୍ୟାନ୍ସ ମାନଙ୍କୁ ଦେଇ କହିଛନ୍ତି ଯେ, ତାଙ୍କ ପତ୍ନୀ ଓ ପୁଅ ସୁସ୍ଥ ଅଛନ୍ତି । ପତ୍ନୀ ପୁଣିଥରେ ମା’ ହେବାକୁ ଯାଉଥିବା ନେଇ ମାର୍ଚ୍ଚ ମାସରେ ହରଭଜନ ସୂଚନା ଦେଇଥିଲେ ।

ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଜଣାଇବା ପରେ ସେଲେବ୍ ଠାରୁ ଆରମ୍ଭ କରି ତାଙ୍କ ଅନ୍ତରଙ୍ଗ ବନ୍ଧୁ ମାନେ ବଧେଇ ଦେଇଛନ୍ତି । କ୍ରିକେଟର୍ ଶିଖର ଧାୱନ୍ ଏନେଇ ଇନଷ୍ଟ୍ରାଗ୍ରାମରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ହରଭଜନ ଓ ଗୀତା ଦୁହେଁ ଦୁହିଁଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଡେଟ୍ କରି ଆସୁଥିଲେ । ଏହାପରେ ସେମାନେ ୨୦୧୫ରେ ଅକ୍ଟୋବର ୨୯ ତାରିଖରେ ବିବାହ କରିଥିଲେ । ପୁଅ ସନ୍ତାନ ପୂର୍ବରୁ ଦୁହିଁଙ୍କର ଏକ ଝିଅ ବି ରହିଛି । ଯାହାର ନାମ ହେଉଛି ହିନାୟା ।

 

View this post on Instagram

 

A post shared by Geeta Basra (@geetabasra)

Get real time updates directly on you device, subscribe now.