fbpx

ଛକା ମାରିବା ପାଇଁ ବିରୋଧୀ ଦଳର ଖେଳାଳିଙ୍କୁ ବ୍ୟାଟ ଉପହାର କଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ଅଗ୍ରଣୀ ହାସଲ କରିଛି । ତେବେ ଏହି ଯୁବ ଦଳର ନେତୃତବ ନେଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିନାୟକ ଭାର କାନ୍ଧକୁ ନେଉ ନେଉ ସେ ପ୍ରଥମ ମ୍ୟାଚରେ ହିଁ ସମସ୍ତଙ୍କ ମନ କିଣି ନେଇଛନ୍ତି । ମ୍ୟାଚରେ ଦମଦାର ବିଜୟ ଦେବା ବ୍ୟତୀତ ଅନ୍ୟ ଏକ କାରଣ ତାଙ୍କୁ ଚର୍ଚ୍ଚାରେ ରଖିଛି ।

ଆୟରଲାଣ୍ଡ ଟିମର ୨୨ ବର୍ଷୀୟ ଷ୍ଟାର ବ୍ୟାଟ୍ସମ୍ୟାନ ହୈରୀ ଟେକ୍ଟରଙ୍କୁ ଖୁବ ପ୍ରଶଂସା କରିବା ସହ ତାଙ୍କୁ ଆଇପିଏଲରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ପାଣ୍ଡ୍ୟା କହିଛନ୍ତି । ୩୩ ବଲରେ ୬୪ ରନ କରି ଅପରାଜିତ ଥିବା ଏହି ବ୍ୟାଟ୍ସମ୍ୟାନଙ୍କ ଶୈଳୀରେ ପିଦା ହୋଇଛନ୍ତି ହାର୍ଦ୍ଦିକ । ତାଙ୍କର ଏହି ପାଳି ଫଳରେ ଆୟରଲାଣ୍ଡ ୧୨ ଓଭରରେ ୧୦୮ ରନ କରିବାରେ ସକ୍ଷମ ହୋଇପାରିଥିଲା । ଟେକ୍ଟରଙ୍କର ଏହି ପାଳି ପାଇଁ ହାର୍ଦ୍ଦିକ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ତାଙ୍କୁ ଏକ ବ୍ୟାଟ ମଧ୍ୟ ଉପହାରରେ ଦେଇଛନ୍ତି ପାଣ୍ଡ୍ୟା । ଏହାଦ୍ୱାରା ସେ ବଡ ବଡ ଶଟ ଖେଳନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ।

ଏହାପୂର୍ବରୁ ଟେକ୍ଟର ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ଆୟରଲାଣ୍ଡ ତରଫରୁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ରହିଥିଲେ । ଏଥିସହ ନାମିବିଆ ବିପକ୍ଷ ମ୍ୟାଚରେ ଏକ ଦମଦାର ଶତକୀୟ ପାଳି ଖେଳିଥିଲେ ଆୟରଲାଣ୍ଡର ଷ୍ଟାର ଖେଳାଳି ହୈରୀ ଟେକ୍ଟର ।

Get real time updates directly on you device, subscribe now.