ଆଧୁନିକ ଓଡ଼ିଶା ଗଠନରେ ମହତାବଙ୍କ ଭୂମିକା ଅତୂଳନୀୟ, କରିଥିଲେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି

ଭୁବନେଶ୍ୱର: ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ କରିଛନ୍ତି ।

ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ଡ. ହରେକୃଷ୍ଣ ମହତାବ । ସ୍ୱାଧୀନତା ପରେ ଏବଂ ପୂର୍ବରୁ ସେ ରାଜ୍ୟର ନେତୃତ୍ୱ ନେଇଥିଲେ ।

୧୯୩୬ରେ ଓଡ଼ିଶା ରାଜ୍ୟ ଗଠନରେ ଅଗ୍ରଣୀ ଭୂମିକା ମହତାବଙ୍କର ଥିଲା । ମୋଟ ୨୬ଟି ଗଡ଼ଜାତ ଅଞ୍ଚଳକୁ ସେ ଓଡ଼ିଶାରେ ମିଶାଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବାସ୍ତବରେ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ । ସ୍ୱଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସେ କରିଥିଲେ ।

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ସେ କରିଥିଲେ । କେନ୍ଦ୍ରମନ୍ତ୍ରୀ ଭାବେ ମହତାବଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ଥିବା ମୋହନ ମାଝୀ କହିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ମୋହନ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।