fbpx

ବୁଧବାରଠୁ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ, ୫ ଦିନ ଧରି ଚାଲିବ

ଜଟଣୀ,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୨୩ ତାରିଖ ବୁଧବାର ରାତିରେ ଆତସବାଜି ପ୍ରଦର୍ଶନ ସହ ଜମିବ । ଚଳିତବର୍ଷ ମେଳଣ ୫ ଦିନଧରି ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ ।

ଆସନ୍ତା ୨୭ ତାରିଖ (ରବିବାର) ଗୋଧୂଳି ସନ୍ଧ୍ୟାରେ ଠାକୁର ମେଳଣ ଅନୁଷ୍ଠିତ ହେବ ବୋଲି ମେଳଣର ଥାନପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ବେଢ଼ାରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚୁଦେଳ ମେଳଣ ପରିଚାଳନା ପରିଷଦର ସଂଯୋଜକ ହରିରାଜପୁର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି । ଗତ ୨ ବର୍ଷ ଧରି କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣକୁ ପାରମ୍ପାରିକ ରୀତିନୀତି ଅନୁସାରେ କରାଯାଇଥିଲା । ଚଳିତବର୍ଷ ଠାରୁ ମେଳଣ ଉତ୍ସବ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ । ତତ୍‌ସହିତ କୋଭିଡ଼ ନିୟମକୁ ପାଳନ ପୂର୍ବକ ସେବକ, ଶ୍ରଦ୍ଧାଳୁ, ଭକ୍ତ, ବ୍ୟବସାୟୀ ମେଳନ ପଡ଼ିଆକୁ ପ୍ରବେଶ କରିବା ନିମନ୍ତେ ସେ ନିବେଦନ କରିଛନ୍ତି । ଜନଶ୍ରୁତି ଅନୁସାରେ ୧୬୩୭ରେ ମେଳଣ ଆରମ୍ଭ ହୋଇଥିଲା । ୪ ଦିନ ଧରି ଅନୁଷ୍ଠିତ ହେଉଥିଲା ।

ଚଳିତବର୍ଷ ଏହାକୁ ଗୋଟିଏ ଦିନ ପାଇଁ ବଢ଼ା ଯାଇ ଏହାକୁ ୫ ଦିନ ମେଳଣ ଉତ୍ସବ ପାଳନ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷା ବାସନ୍ତୀ ସାହୁ, ମେଳଣ କମିଟି କୋଷାଧ୍ୟକ୍ଷା ଅଭିମନ୍ୟୁ ବଳିୟାରସିଂହ,ସହ ସଂପାଦକ ଅଶୋକ କୁମାର ସାମନ୍ତରାୟ, ଶିବପ୍ରସାଦ ଚମ୍ପତି, ହରପ୍ରସାଦ ଜେନା ପ୍ରମୁଖ ଯୋଗଦେଇଥିଲେ । ମେଳଣ ପଡ଼ିଆକୁ ଆସିଥିବା ଯାନବାହନ ଜଟଣୀ-ହରିରାଜପୁର, ଭୁବନେଶ୍ୱର-କପିଳପ୍ରସାଦ- ହରିରାଜପୁର, ପିିଲି- ହରିରାଜପୁର ରାସ୍ତାକୁ ମରାମତି କରିବା ଏବଂ ଯାନବାହନ ନିୟନ୍ତ୍ରଣ ସଠିକ୍‌ ଭାବରେ କରିବା ପାଇଁ ମେଳଣ କମିଟି ପୁରୀ-ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର କମିଶନରେଟ୍‌ ପୋଲିସକୁ ନିବେଦନ କରିଛନ୍ତି । ଏହା ବ୍ୟତୀତ ମେଳଣ ପଡ଼ିଆରେ ଲୋକଙ୍କୁ ସର୍ବନିମ୍ନ ବିଭିନ୍ନ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ହରିରାଜପୁର ମେଳଣ କମିଟି ଅନୁରୋଧ କରିଥିଲେ ।

Get real time updates directly on you device, subscribe now.