fbpx

Asian Champions Trophy: ପାକିସ୍ତାନକୁ ଏକପାଖିଆ ୪-୦ ଗୋଲ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଭାରତ

ଚେନ୍ନାଇ: ଏସିଆନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ ହକି ୨୦୨୩ରେ ଭାରତୀୟ ଟିମ୍ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ଏକ ପାଖିଆ ପରାସ୍ତ କରିଛି । ସମ୍ପୁର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟମ୍ ଆଧିପାତ୍ୟ ବିସ୍ତାର କରିଥିଲା । ପାକିସ୍ତାନ ଟିମ୍ ଆରମ୍ଭରୁ ଆକ୍ରାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମ କ୍ୱାଟରରୁ ଭାରତ ଗୋଲ୍ ସ୍କୋର କରି ପାକିସ୍ତାନ ଟିମ୍ ଉପରେ ଚାପ ପକାଇଥିଲା ।

ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ପ୍ରଥମ ଏବଂ ଦ୍ୱିତୀୟ କ୍ୱାଟରରେ ଦୁଇଟି ଗୋଲ୍ ସ୍କୋର କରିଥିଲେ । ଏହାପରେ ତୃତୀୟ କ୍ୱାଟରେ ଜୁଗରାଜ ସିଂହ ଏବଂ ଶେଷ ତଥା ଚତୁର୍ଥ କ୍ୱାଟରରେ ଆକାଶଦୀପ ସିଂହ ଭାରତର ଗୋଲ୍ ବ୍ୟବଧାନକୁ ବଢାଇଥିଲେ ।

ଭାରତ ଏହି ବିଜୟ ସହିତ ଲିଗ୍ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ରେ ବିଜୟ ଏବଂ ଗୋଟିଏ ଡ୍ର ସହିତ ଶିର୍ଷରେ ରହିଥିବା ବେଳେ ପାକିସ୍ତାନ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ପାକିସ୍ତାନ ଟିମ୍ ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ବେଳେ ଦୁଇଟି ମ୍ୟାଚ୍‌ରେ ପରାଜୟ ଏବଂ ଦୁଇଟି ମ୍ୟାଚ୍ ଡ୍ରରେ ଶେଷ କରିଥିଲା ।

ଏହି ବିଜୟ ପରେ ଭାରତ ସେମିଫାଇନାଲରେ ଜାପାନକୁ ଭେଟିବା ସ୍ଥିର ହୋଇଛି । ଅନ୍ୟ ଏକ ସେମିଫାଇନାଲରେ ମାଲେସିଆ ଏବଂ କୋରିଆ ମୁହାଁମୁହିଁ ହେବେ ।

Get real time updates directly on you device, subscribe now.