fbpx

ଭାରତର ହରନାଜ୍ କୌରଙ୍କୁ Miss Universe ଟାଇଟଲ୍

ନୂଆଦିଲ୍ଲୀ: ଭାରତର ହରନାଜ୍ କୌର ୨୦୨୧ ପାଇଁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ଫଳରେ ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଭାରତକୁ ଏହି ଟାଇଟଲ ମିଳିଛି । ପୂର୍ବରୁ ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ବିଜୟୀ ହୋଇଥିଲେ । ଏହି ବିଜୟ ଫଳରେ ହରନାଜ୍ ୭୦ତମ ମିସ୍ ୟୁନିଭର୍ସ ଟାଇଟଲ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି ସକାଳେ ଏହି ପ୍ରତିଯୋଗିତା ଇସ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ବର୍ତ୍ତମାନ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ନିଜ ନାମରେ ରଖିବାରେ ସକ୍ଷମ ହୋଇଛି । ପାରାଗୁଏର ୨୨ ବର୍ଷୀୟା ନାଦିଆ ଫରେରା ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟା ଲାଲେଲା ମସୱାନେ ତୃତୀୟ ସ୍ଥାନରେ ରହିଛନ୍ତି ।

ଚଣ୍ଡିଗଡ଼ର ଏକ ଶିଖ ପରିବାରରେ ଜନ୍ମିତ ହରନାଜ୍ କୌର ସାନ୍ଧୁ ଫିଟନେସ୍ ଓ ଯୋଗକୁ ବହୁତ ଭଲ ପାଆନ୍ତି । ଗତ ୨୦୧୭ରେ ସେ ମିସ୍ ଚଣ୍ଡିଗଡ଼ ଟାଇଟଲ୍ ଜିତିଥିଲେ । ଏହାପରେ ୨୦୧୮ରେ ତାଙ୍କୁ ମିସ୍ ମ୍ୟାକ୍ସ ଏମର୍ଜିଂ ଷ୍ଟାର ଇଣ୍ଡିଆ ପୁରସ୍କାର ପ୍ରଦାନ କରାଯାଇଥିଲା । ଦୁଇଟି ପ୍ରତିଷ୍ଠିତ ଟାଇଟଲ ଜିତିବା ପରେ ୨୦୧୯ରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ୧୨ତମ ସ୍ଥାନରେ ରହିଥିଲେ । ଚଳିତ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ହରନାଜଙ୍କୁ କିଛି ପ୍ରଶ୍ନ କରାଯାଇଥିଲା । ତା’ର ଉତ୍ତରରେ ହରନାଜ୍ କହିଥିଲେ ଯେ, ଆଜିର ଯୁବପୀଢ଼ି ସର୍ବାଧିକ ଚାପର ସାମନା କରୁଛନ୍ତି । ତେଣୁ ନିଜକୁ ଅନ୍ୟ ସହ ତୁଳନା କରିବା ଅଭ୍ୟାସକୁ ତୁରନ୍ତ ପରିବାର କରିବା ଦରକାର । ସମସ୍ତେ ନିଜ ନିଜ ଜୀବନର ଜଣେ ଜଣେ ଲିଡର ଅଟନ୍ତି । ନିଜ ଉପରେ ବିଶ୍ୱାସ କରିଥିବାରୁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି ।

Get real time updates directly on you device, subscribe now.