fbpx

ଦୁଷ୍କର୍ମୀ ଏବଂ ଗ୍ୟାଙ୍ଗଷ୍ଟାର୍‌ଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ କଡ଼ା ସନ୍ଦେଶ

ନୁଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦୁଷ୍କର୍ମୀ ଏବଂ ଅପରାଧୀ ମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଗେହଲୋଟ କହିଛନ୍ତି ଯେ, ‘ଯଦି ମୁଁ ପାରେ ତେବେ ଦୁଷ୍କର୍ମୀ ଏବଂ ଅପରାଧୀମାନଙ୍କୁ ଲଣ୍ଡା କରି ବଜାରରେ ବୁଲାଇବି।’ ଗୁରୁବାର ଉଦୟପୁରରେ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରୁଥିବା ସମୟରେ ଏହି କଥା କହିଛନ୍ତି । ଏହା ଦ୍ୱାରା ଅନ୍ୟ ଅପରାଧୀମାନେ ମଧ୍ୟ ଭୟଭିତ ହେବେ ବୋଲି ସେ କହିଛନ୍ତି।

ସେହିପରି ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କୁ କୋର୍ଟ ଦୋଷୀ ଘୋଷଣା କରିବା ପର୍ଯନ୍ତ ବ୍ୟକ୍ତି ଜଣଙ୍କର ଫଟୋ ଏବଂ ପରିଚୟ ଉପରେ ପ୍ରଘଟ ନକରିବା ଉପରେ ମଧ୍ୟ ଗେହଲୋଟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘କୋର୍ଟଙ୍କର ଏହି ଆଦେଶର କୌଣସି ଉଦେଶ୍ୟ ନାହିଁ । ଲାଞ୍ଚଖୋରଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ପୁର୍ବଭଳି ରହିଛି।’ ସେହିପରି ଅଭିଯୁକ୍ତଙ୍କ ହାତରେ ହାତକଡ଼ି ନପିନ୍ଧାଇବା ଉପରେ ମଧ୍ୟ ସେ ତାଙ୍କର ମତ ରଖିଛନ୍ତି ।

ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କ ହାତ ଧରି ନେଇ ଯାଉଛି । କାରଣ ହାତକଡ଼ି ପକାଇବା ପାଇଁ ସେମାନଙ୍କୁ ଲାଜ ଲାଗୁଛି । ତେବେ ଯେଉଁମାନେ ଦୁଷ୍କର୍ମୀ ସେମାନଙ୍କ ହାତରେ ହାତକଡ଼ି ପକାଇ ଲୋକଙ୍କ ଆଗରେ ନିଅନ୍ତୁ, ପରେଡ୍ କରାନ୍ତୁ, ଏଭଳି କଲେ ଦୁଷ୍କର୍ମୀଙ୍କୁ ଲାଜ ଲାଗିବ ଏବଂ ଏଭଳି କରିବା ଭୁଲିଯିବେ ବୋଲି ଅଶୋକ ଗେହଲୋଟ କହିଛନ୍ତି।

Get real time updates directly on you device, subscribe now.