fbpx

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର: କାହିଁକି ଏପରି ନିଷ୍ପତ୍ତି ନେଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲା । ଏହାପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନୀ ଶପଥ ଗ୍ରହଣ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନ ପୂରୁଣୁ ମନୋହର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ମନୋହର କ’ଣ ପାଇଁ ଏହି ନିଷ୍ପତ୍ତି ନେଲେ ସେନେଇ ଏବେ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜ୍ୟ ବିଧାନସଭାରେ ବିଜେପି ଫ୍ଲୋର ଟେଷ୍ଟରେ ପାସ କରିବା ପରେ ମନୋହର ଲାଲ ଏକ ବଡ଼ ଘୋଷଣା କରିଥିଲେ । ସେ କହିଥିଲେ, ‘ଆଜିଠାରୁ ମୁଁ କର୍ଣ୍ଣଲ ବିଧାନସଭା ଆସନରୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରୁଛି । ଆଜିଠାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ସୈନୀ କର୍ଣ୍ଣଲ ଆସନର ଦାୟିତ୍ୱ ବହନ କରିବେ ।’ ଗତ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଖଟ୍ଟର କର୍ଣ୍ଣଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ନାୟବ ସିଂହ ସୈନୀ ବର୍ତ୍ତମାନ କୁରୁକ୍ଷେତ୍ର ଲୋକସଭା ଆସନରୁ ସାଂସଦ ରହିଥିବା ବେଳେ ସେ ଆଗକୁ ଉକ୍ତ ପଦରୁ ଇସ୍ତଫା ଦେଇପାରନ୍ତି । ଏଥିସହିତ ସେ କର୍ଣ୍ଣଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିପାରନ୍ତି । ସୈନୀକୁ ୬ ମାସ ମଧ୍ୟରେ ରାଜ୍ୟର କୌଣସି ଏକ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ । ସମ୍ବିଧାନର ନିୟମ ଅନୁସାରେ ସୈନୀଙ୍କୁ ଏହା କରିବାକୁ ପଡ଼ିବ ।

Get real time updates directly on you device, subscribe now.