fbpx

ଘରୁ ବାହାରିବା ସମୟରେ କରି ନିଅନ୍ତୁ ଏହି କାମ; ମିଳିବ ସଫଳତା, ଦୂର ହେବ ଗ୍ରହ ସମସ୍ୟା   

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଫଳରେ ଏହି ଶାସ୍ତ୍ର ମାଧ୍ୟମରେ ଆମେ ଗ୍ରହ ନକ୍ଷତ୍ରଙ୍କ ଚାଳନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କିଛି କଥା ଜାଣିପାରିଥାଉ । ତେବେ ଏହି ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିୁବା ଦ୍ୱାରା ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଗ୍ରହମାନଙ୍କ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଫଳରେ ଜୀବନରେ ସର୍ବଦା ସୁଖ ଶାନ୍ତି ଲାଗିରୁହେ । ବର୍ତ୍ତମାନ ଆସନ୍ତୁ ଜାଣିବା କୌଣସି କାର୍ଯ୍ୟ ପାଇଁ ଘରୁ ଯିବା ସମୟରେ କେଉଁସବୁ କାମ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ ।

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ:

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ସର୍ବଦା ଭଗବାନଙ୍କ ନାମ ଜପ କରି ବାହାରକୁ ବାହାରନ୍ତୁ । ଖାସ କରି  କୌଣସି କେ ଶୁଭ କାର୍ଯ୍ୟରେ ଯାଉଥିଲେ ଭଗବାନ ବିଷ୍ଣୁଙ୍କ ବାବନ ରୂପକୁ ସ୍ମରଣ କରି ଯାତ୍ରା କରନ୍ତୁ । ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

-ଘରୁ ବାହାରକୁ ଯିବା ସମୟରେ ପୁରୁଷମାନେ ସର୍ବଦା ଡାହାଣ ପାଦ ବାହାର କରନ୍ତୁ ଏବଂ ମହିଳାମାନେ ସର୍ବଦା ବାମ ପାଦ ଆଗ ପକାନ୍ତୁ । ଏଥିସହିତ ଘରୁ ପରିକ୍ଷା କିମ୍ବା ଇଣ୍ଟରଭ୍ୟୁକୁ ଯିବା ସମୟରେ ଦହି ଚିନି ସେବନ କରି ଯାଆନ୍ତୁ । ଏପରି କିରବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବ ।

-ଶାସ୍ତ୍ର ଅନୁସାରେ ଯଦି ଅନେକ ଦିନଧରି ହେଉନଥିବା କାମ ହେବାକୁ ଯାଉଛି ତେବେ ସେହି କାମ ସର୍ବଦା ଶୁକ୍ରବାର ଦିନ କରିବା ପାଇଁ ଚେଷ୍ଟା କରନ୍ତୁ । ଏଥିସହିତ ଘରୁ ଯିବା ସମୟରେ ମିଠା ଦହି ସେବନ କରି ଯାତ୍ରା କରନ୍ତୁ । ଏପରି କିରବା ଦ୍ୱାରା ଅଟକି ରହିଥିବା କାମରେ ସଫଳତା ମିଳିବ ।

-ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଘରୁ ବାହାରକୁ ଯିବା ସମୟରେ ଘରେ ଥିବା ମାତା ପିତା, ପତ୍ନୀ କିମ୍ବା ପିଲାମାନଙ୍କୁ ଟାଟା କିମ୍ବା ବାଏ ବାଏ କତହିବା ପରିବର୍ତ୍ତେ ସିଦ୍ଧ ଗଣେଶ ଦହି ମାଛ କହି ଯାତ୍ରା କରନ୍ତୁ ସଫଳତା ପ୍ରାପ୍ତିର ଯୋଗ ରହିଛି ।

-ଯେତେବେଳେ ଆପଣ ଘରୁ ବାହାରକୁ ଯାଆନ୍ତି, ସେହି ଦିନ ଆଧାରରେ ଶୁଭ ଜିନିଷ ଭୋଜନ କରନ୍ତୁ । ଏହା କାର୍ଯ୍ୟକୁ ସଫଳ କରିବା ସହ କାର୍ଯ୍ୟରେ ଥିବା ସମସ୍ୟା , ଏବଂ ଅସୁବିଧାଦୂର ହେବ । ଗ୍ରହମାନଙ୍କର ନକାରାତ୍ମକତା କିମ୍ବା ଖରାପ ପ୍ରଭାବ ମଧ୍ୟ ସମାପ୍ତ ହେବ ।

କଣ କରିବେ ନାହିଁ:

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁଭ କାମ କରିବାକୁ ଘରୁ ବାହାରକୁ ଯିବାବେଳେ ପୁରୁଷମାନେ କେବେ ବି ଭୁଲରେ ବାମ ଗୋଡକୁ ବାହାର କରନ୍ତୁ ନାହିଁ । ନଚେତ୍ ହେବାକୁ ଥିବା କାମ ମଧ୍ୟ ହୋଇ ପାରିବା ନାହିଁ । ସେହିପରି ମହିଳାମାନେ ଘରୁ କୌଣସି କାମରେ ବାହାରକୁ ଯିବା ସମୟରେ ଭୁଲରେ ବି ଡାହାଣ ଗୋଡ ବାହାରକୁ କରନ୍ତୁ ନାହିଁ ।

୨. ଶାସ୍ତ୍ର ମତରେ କାମ ପାଇଁ ଘରୁ ବାହାରିବାବେଳେ ରାହୁକାଳ ପ୍ରତି ଧ୍ୟାନ ରଖନ୍ତୁ । କାରଣ ରାହୁକାଳରେ ଶୁଭ କାମ ପାଇଁ ବାହାରକୁ ଯିବା ଉଚିତ୍ ହୋଇ ନଥାଏ । ଫଳରେ କୌଣସି କାମରେ ସଫଳତା ମିଳି ନଥାଏ ।

୩.ଜ୍ୟୋତିଷ ଶାସ୍ତ୍ରରେ ରବିବାର ଠାରୁ ଶନିବାର ପର୍ଯ୍ୟନ୍ତ, ରାହୁ କାଳଙ୍କ ସମୟ ସାତ ଦିନ ପାଇଁ ଅଲଗା ହୋଇଥାଏ । ତେଣୁ ଜଣେ ଯୋଗ୍ୟ ଜ୍ୟୋତିଷଙ୍କୁ ପଚାରି ଆପଣ ଏହାକୁ ବେଖି ରଖନ୍ତୁ ଏବଂ ସେହି ହିସାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଯଦି ଏପରି କରିବେ ନାହିଁ ତେବେ ଆପଣ କୌଣସି କାମରେ ସଫଳତା ରପାଇ ପାରିବେ ନାହିଁ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.