fbpx
BSKY SKY
BSKY SKY

ଏସିଆନ୍ ଗେମ୍ସରେ ହାଟ୍ରିକ ସ୍ୱର୍ଣ୍ଣ ଜିତିଲା ଭାରତ: ସ୍କ୍ୱାଶରେ ସୌରଭଙ୍କୁ ରୌପ୍ୟ

BSKY

ନୂଆଦିଲ୍ଲୀ: ୧୯ତମ ଏସିଆନ୍ ଗେମ୍ସ ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି । ତେବେ ଆଜି ଦିନ ଭାରତ ପାଇଁ ଖୁବ ଭାଗ୍ୟବାନ୍ ସାବ୍ୟସ୍ତ ହୋଇଛି । କାରଣ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛି । ଗୋଲ୍ଡ ମେଡାଲରେ ହାଟ୍ରିକ ମାରିଛନ୍ତି ଭାରତର ଷ୍ଟାର ଆଥଲେଟ୍ । ତୀରନ୍ଦାଜୀ ଇଭେଣ୍ଟରେ ଆଜି ଦିନର ପ୍ରଥମ ଖାତା ଖୋଲିଥିଲା ଭାରତ । ତୀରନ୍ଦାଜୀରେ ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ଟିମ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ(ପ୍ରବୀଣ ବେତାଲେ, ଅଭିଶେକ ବର୍ମା ଏବଂ ପ୍ରଥମେଶ ଜାଭକର) ଫାଇନାଲରେ ଦକ୍ଷିଣ କୋରିଆକୁ ମାତ୍ ଦେଇ ଗୋଲ୍ଡ ମେଡାଲ ହାସଲ କରିଛି ।

ମହିଳା କ୍ରିକେଟ ଦଳରେ ସାମିଲ ହୋଇଥିବା ଜ୍ୟୋତି ବେନ୍ନମ, ଆଦିତି ସ୍ୱାମୀ ଏବଂ ପରନୀତ କୌର ଫାଇନାଲ ମ୍ୟାଚରେ ଚୀନର ତାଇପେଙ୍କୁ ହରାଇ ,ହି ଉପଲବ୍ଧ ହାସଲ କରିଛି । ତେବେ ଆଜିର ଦିନରେ ଭାରତ ପାଇଁ ,ହା ହେଉଛି ତୃତୀୟ ସ୍ୱର୍ଣ୍ଣ ପଦକ । ଏହାପରେ ସ୍କ୍ୱାଶ ମିକ୍ସ ଡବଲ୍ସ ଇଭେଣ୍ଟରେ ଦୀପିକା ପଲ୍ଲିକଲ ଏବଂ ହରିନ୍ଦର ପାଲ ସନ୍ଧୁ ଯୋଡ଼ି କମାଲ କରିଛନ୍ତି । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଆଉ ଏକ ଗୌରବ ଆଣି ଦେଇଛି ଏହି ଯୋଡ଼ି । ବ୍ୟାଡମିଣ୍ଟନରେ ଏଚ.ଏସ ପ୍ରଣୟ ପୁରୁଷ ସିଙ୍ଗଲ୍ସର ସେମି ଫାଇନାଲରେ ପାଦ ଥାପିବା ପରେ ନିଜର ପଦକ ମଧ୍ୟ ପକ୍କା କରିଛି । ବର୍ତ୍ତମାନ ସୁଦ୍ଦା ଭାରତ ମୋଟ ୨୧ଟି ସ୍ୱର୍ଣ୍ଣ ପଦକର ଅଧିକାରୀ ପାଲଟି ସାରିଛି ।

Get real time updates directly on you device, subscribe now.