fbpx

ଏହି ଗୋଟିଏ ମାସରେ ପଡୁଛି ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଓ ସମୟ…

ଓଡିଶା ଭାସ୍କର; ଚଳିତ ଅକ୍ଟୋବର ୨୦୨୩ର ଗୋଟିଏ ମାସରେ ପରାଗ ଓ ଗ୍ରହଣ ହେବାକୁ ଯାଉଛି । ଅକ୍ଟୋବର ୧୪ ରେ ବାର୍ଷିକ ସୂର୍ଯ୍ୟ ପରାଗ ଏବଂ ଅକ୍ଟୋବର ୨୮ ରେ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି ବୋଲି ଜଣାପଡିଛି । ଏହି ଦୁଇ ପରାଗ-ଗ୍ରହଣ ବିଶେଷ ଭାବରେ ଉଲ୍ଲେଖନୀୟ ବୋଲି ବିବେଚନା କରାଯାଏ । କାରଣ ଏହା ବିଶ୍ୱର ଅନେକ ସ୍ଥାନରୁ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି । ଏହି ପରାଗ-ଗ୍ରହଣରୁ ସଚେତନ ହେବା ପାଇଁ, କେବେ ଏବଂ କେଉଁ ସମୟରେ ଏହା ଦୃଶ୍ୟମାନ ହେବ ସେବିଷୟରେ ଜାଣିବା ନିହାତି ଆବଶ୍ୟକ ।

  • ସୂର୍ଯ୍ୟ ପରାଗ ତାରିଖ: ଅକ୍ଟୋବର ୧୪, ୨୦୨୩

ସୂର୍ଯ୍ୟ ପରାଗ ଆରମ୍ଭ (ନୂଆଦିଲ୍ଲୀ): ୧୧:୨୯ ଚଗ, ଅକ୍ଟୋବର ୧୪, ୨୦୨୩ ।

ସୂର୍ଯ୍ୟ ପରାଗ ସମାପ୍ତ (ନୂଆଦିଲ୍ଲୀ): ୧୧:୩୪ ଚଗ, ଅକ୍ଟୋବର ୧୪, ୨୦୨୩ ।

ସେହିପରି ଚଳିତ ମାସର ଅକ୍ଟୋବର ୨୮ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହା ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ସ୍ଥାନରୁ ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି ।

  • ଚନ୍ଦ୍ରଗ୍ରହଣ ତାରିଖ: ଅକ୍ଟୋବର ୨୮, ୨୦୨୩ 

ଚନ୍ଦ୍ରଗ୍ରହଣ ଆରମ୍ଭ (ନୂଆଦିଲ୍ଲୀ): ୧୧:୩୧ ଚଗ, ଅକ୍ଟୋବର ୨୮, ୨୦୨୩ ।

ଚନ୍ଦ୍ରଗ୍ରହଣ ଶେଷ ହେବ (ନୂଆଦିଲ୍ଲୀ): ୩:୩୬ ଇଗ, ଅକ୍ଟୋବର ୨୯, ୨୦୨୩ ।

ସୂଚନା ଥାଉକି, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ହେଉଛି ଏକ ଭୌଗୋଳିକ ଘଟଣା, ଯାହାର ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଯେତେବେଳେ ବି ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହୁଏ, ଏହାର ପ୍ରଭାବ ରାଶି ଉପରେ ଉଭୟ ଶୁଭ ଏବଂ ଅଶୁଭ ଉପାୟରେ ଦେଖାଯାଏ। ଏଣୁ ବିଜ୍ଞାନ ସହିତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ବିଶେଷ ମହତ୍ୱ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.