ଯୌତୁକରେ ବର ମାଗିଲା ଗାଡ଼ି, ରାଗିଯାଇ ବାହା ବେଦୀରୁ ଉଠିଗଲା କନ୍ୟା, ଭାଙ୍ଗିଗଲା ବାହାଘର
ଯୌତୁକ ମାଗିଲା ବର, ବାହାଘର ଭାଙ୍ଗିଦେଲା କନ୍ୟା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯୌତୁକ ମାଗିବାକୁ ନେଇ ବିବାଦ ପରେ ଦୁଇ ଭଉଣୀ ବିବାହ କରିବାକୁ ମନା କରିଦେଲେ।
ବରଯାତ୍ରୀ ଆସି ଦୂଆର ମୁହଁରେ ଠିଆ ହୋଇଥିଲା, ହେଲେ ଝିଅର ନିଷ୍ପତ୍ତି ପାଇଁ ବିନା ବୋହୂ ନେଇକି ଫେରିଗଲା ବରଯାତ୍ରୀ।
ଅଚାନକ ମାଗିଲେ ଯୌତୁକ: ବର ନିଜ ବରଯାତ୍ରୀ ଧରି ଶଶୁର ଘରେ ପହଞ୍ଚିଥିଲା। ଏହି ସମୟରେ ବର ପକ୍ଷ ଅଚାନକ ଗାଡ଼ି ପାଇଁ କନ୍ୟା ଘରେ ଡିମାଣ୍ଡ କରିଥିଲେ।
ଏହି ସମୟରେ କନ୍ୟାର ପିତା ସୁନୀଲ କହିଥିଲେ ଯେ, ସେ ପୂର୍ବରୁ ୬ ଲକ୍ଷ ଟଙ୍କା ଏବଂ ଅନ୍ୟ ଜିନିଷ ଦେଇଥିଲେ। ଏବେ ଆଉ କିଛି ଦେବାକୁ ସେ ସକ୍ଷମ ନୁହଁନ୍ତି। ଏହି କଥାରେ ଦୁହିଁଙ୍କ ପକ୍ଷରୁ ଝଗଡ଼ା ହୋଇଗଲା। ଏଥିସହ ମାରପିଟ୍ ମଧ୍ୟ ହୋଇଗଲା।
ବିବାହ କରିବାକୁ ମନା କରିଦେଲେ କନ୍ୟା: ଏହି ଘଟଣାକୁ ନେଇ ଜନ୍ୟା ନିଜ ପକ୍ଷରୁ ବିବାହ କରିବାକୁ ମନା କରିଦେଲେ। ସେ କହିଛନ୍ତି ଯେ, ବରଯାତ୍ରୀ ଆସି ଆମ ଦୁଆର ମୁହଁରେ ଠିଆ ହେବା ପରେ, ଅଚାନକ ଶଶୁର ଘର ଲୋକେ ଯୌତୁକ ମାଗିବାକୁ ଆରମ୍ଭ କରିଦେଲେ।
ପୂର୍ବରୁ ସେମାନଙ୍କୁ ପର୍ଯ୍ୟପ୍ତ ମାତ୍ରାରେ ଯୌତୁକ ଦିଆ ସରିଥିଲା। ଏହାପରେ ଯୁକ୍ତିତର୍କ ଲାଗି ସେମାନେ ଆମ ବାପା, ଦାଦା ଏବଂ ଭାଇଙ୍କ ସହ ମାରପିଟ୍ କରିଥିଲେ।
କନ୍ୟା ନିଜେ ପୋଲିସ ଷ୍ଟେସନ ଯାଇ ଶଶୁର ଘର ନାଁ ରେ ଅଭିଯୋଗ କରିଛନ୍ତି। ଏଥିସହ ପୂର୍ବରୁ ନେଇଥିବା ଯୌତୁକକୁ ସେମାନେ ଫେରାଇବା ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।