fbpx

(Video) ଭାରତର ଭୂତିଆ ରେଳ ଷ୍ଟେସନ୍ ! ୪୨ ବର୍ଷ ହେଲା ଆତ୍ମା ଭୟରେ ରହୁନି ଟ୍ରେନ୍

କୋଲକାତା: ଭାରତରେ ଏକ ଏମିତି ରେଳ ଷ୍ଟେସନ୍ ରହିଛି ଯାହା ଏକ ରହସ୍ୟମୟୀ ମୃତ୍ୟୁ ଓ ଆତ୍ମା ପାଇଁ ୪୦ ବର୍ଷ ବନ୍ଦ ରହିଥିଲା । ଏହାପରେ ୨୦୦୯ ମସିହାରେ ପୁଣି ଏହାକୁ ଚାଲୁ କରାଯାଇଥିଲା । କିନ୍ତୁ ସନ୍ଧ୍ୟା ହେବା ମାତ୍ରେ କେହି ବି ସେଠାରୁ ଯାଆସ କରନ୍ତି ନାହିଁ । କେହି ବି ସେଠାକୁ ଯିବାକୁ ସାହାସ କରନ୍ତି ନାହିଁ । ଏହି ରହସ୍ୟମୟୀ ରେଳ ଷ୍ଟେସନର ନାମ ହେଉଛି ବେଗୁନକୋଡୋର୍ ରେଳ ଷ୍ଟେସନ୍ । ଏହା ପଶ୍ଚିମବଙ୍ଗର ପୁରୁଲିୟା ଜିଲ୍ଲାରେ ରହିଛି । ସେହି ସମୟରେ ରାଣୀ ଶ୍ରୀମତି ଲାଚନ କୁମାରୀଙ୍କ ପ୍ରୟାସରେ ୧୯୬୦ ମସିହାରେ ଏହି ରେଳ ଷ୍ଟେସନ ଆରମ୍ଭ କରାଯାଇଥିଲା । ଏହାର ପାଖାପାଖି ୭ ବର୍ଷ ପରେ ଜଣେ କର୍ମଚାରୀ ସେଠାରେ ଜଣେ ମହିଳାଙ୍କ ଆତ୍ମା ଦେଖିଥିବ ଦାବି କରିଥିଲା ।

ସେହି ରେଳ କର୍ମଚାରୀ ଜଣକ ପରବର୍ତ୍ତୀ ସମୟରେ ତାର ସାଙ୍ଗ ମାନଙ୍କୁ ଏହା କହିଥିଲେ। ଅନ୍ୟ କେତେକ ଲୋକ ମଧ୍ୟ ତାଙ୍କ ମତକୁ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ ଟ୍ରେନରେ ଧକ୍କା ହେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେବେଠାରୁ ତାଙ୍କର ଭୂତ ରେଳ ଷ୍ଟେସନରେ ବୁଲୁଛି । ତେବେ ରେଳ ଅଧିକାରୀମାନେ ତାଙ୍କ କଥାକୁ ଅଣଦେଖା କରିଥିଲେ।

ଏହାର କିଛି ସମୟ ପରେ ବେଗୁନକୋଡୋର୍ ର ଷ୍ଟେସନ୍ ମାଷ୍ଟର୍ ଏବଂ ତାଙ୍କ ପରିବାର ରେଳ ଷ୍ଟେସନ୍ ରେ ମୃତ ପଡ଼ିଥିବା ଦେଖିବାକୁ ପାଇଥିଲେ । କିପରି ଏହି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ । ଏହି ଘଟଣା ପରଠାରୁ ସେଠାକାର ଲୋକମାନଙ୍କ ମନରେ ଛନକା ପଶିଥିଲା ଯେ, ମାଷ୍ଟର୍ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସେହି ଭୂତ ହିଁ ମାରିଛି ।

ଏହି ଘଟଣା ଯୋଗୁଁ ଆତଙ୍କିତ ଅବସ୍ଥାରେ ଆସିଥିବା ଲୋକମାନେ କହିଛନ୍ତି ଯେ ଯେତେବେଳେ ବି ଟ୍ରେନ୍ ଏହି ରାସ୍ତା ଦେଇ ଗତି କରେ ସେତେବେଳେ ଉକ୍ତ ମହିଳାଭୂତ ଟ୍ରେନ୍ ସହ ଦୌଡ଼ିବାର ସେମାନେ ଦେଖିଛନ୍ତି । ଏହି ଷ୍ଟେସନ୍ ଦେଇ ଯେକୌଣସି ଟ୍ରେନ୍ ଯାଏ ସେମାନେ ଭୂତ ଭୟରେ ଆଗରୁ ହିଁ ସ୍ପିଡ୍ ବଢ଼ାଇ ଦିଅନ୍ତି । ଯଦ୍ୱାରା ସେମାନେ ଖୁବ୍ ଶୀଘ୍ର ଏହି ଷ୍ଟେସନ୍ ପାର୍ କରିପାରିବେ । ଏମିତି ପରିସ୍ଥିତି ଆସିଲା, ଯେଉଁଥିରେ ଲୋକମାନେ ସେହି ଷ୍ଟେସନ୍ କୁ ଆସିବା ବନ୍ଦ କରିଦେଲେ ତେଣୁ ଟ୍ରେନ୍ ବି ଏଠାରେ ରହିବା ବନ୍ଦ ହୋଇଗଲା ।

ତେବେ ଏହି ଷ୍ଟେସନ ୪୨ ବର୍ଷ ବନ୍ଦ ହେବା ପରେ ୨୦୦୯ରେ ଗାଁ ଲୋକଙ୍କ କହିବା ପରେ ତତକାଳୀନ ରେଳମନ୍ତ୍ରୀ ମମତାବାନାର୍ଜି ପୁଣିଥରେ ବେଗୁନକୋଦାର ରେଳ ଷ୍ଟେସନକୁ ଖୋଲିଥିଲେ । ସେବେଠାରୁ ଆଜିପର୍ଯ୍ୟନ୍ତ ଏହି ଷ୍ଟେସନରେ ଭୂତକୁ ଦେଖିବାକୁ ମିଳିନି । କିନ୍ତୁ ଏବେ ବି ସନ୍ଧ୍ୟା ହେଲେ ଲୋକେ ଷ୍ଟେସନରେ ରୁହନ୍ତି ନାହିଁ ।

Get real time updates directly on you device, subscribe now.