fbpx

ରାଜ୍ୟପାଳଙ୍କୁ ଟ୍ୱିଟ୍ଟରରେ ବ୍ଲକ୍ କରି ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକାରଙ୍କ ମଧ୍ୟରେ ବିବାଦ ନୂଆ ମୋଡ ନେଇଛି । ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସରକାରୀ ବ୍ୟବସ୍ଥା ବଦଳରେ ରାଜ୍ୟପାଳ ଜଙ୍ଗଲରାଜକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଛନ୍ତି ମମତା । ଏପରିକି ଫୋନ୍ ଟାପିଂ କରିବା ସହିତ ସରକାରୀ ଅଧିକାରୀଙ୍କୁ ଧମକ ଚମକ ମଧ୍ୟ ଦେଉଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏକାଧିକ ଫାଇଲ କାମକୁ ଜାଣିଶୁଣି ରାଜ୍ୟପାଳ ଅଟକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ଚିଠି ଲେଖିଥିଲେ ହେଁ କୌଣସି ଫାଇଦା ହୋଇନାହିଁ । ବିଗତ ବର୍ଷ ମଧ୍ୟରେ ମୋଦୀଙ୍କୁ ୪ ଥର ଚିଠି ଲେଖି ସାରିଛି ମାତ୍ର ଏହାର କୌଣସି ଫାଇଦା ନାହିଁ । କୌଣସି ଫାଇଲକୁ ପାଶ କରୁନଥିବା ବେଳେ ସମସ୍ତ କାର୍ଯ୍ୟକୁ ଜାଣିଶୁଣି ବିଳମ୍ବିତ କରାଯାଉଛି । ଏହି ସବୁ କାରଣ ପାଇଁ ମୁଁ ଜଗଦୀପ୍ ଧନକାରଙ୍କୁ ବ୍ଲକ କରିବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି ମମତା ।

Get real time updates directly on you device, subscribe now.