fbpx

ସାବଧାନ! ଖାଲି ପେଟରେ ଚା’-କଫି ପିଉଥିଲେ ହୋଇପାରେ ବଡ ସମସ୍ୟା: କରନ୍ତୁନି ଏମିତି ଭୁଲ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଚା’ ଏବଂ କଫି ପିଇବାର ସଉକ ରଖିଥାନ୍ତି । ଚାହା କିମ୍ବା କଫି ପିଇବା ବିନା ସେମାନେ ନିଜକୁ କୌଣସି କାମରେ ଧ୍ୟାନ ଦେଇ ପାରନ୍ତି ନାହିଁ । ତେଣୁ ପ୍ରାୟ ସମୟରେ ଚା’ ପଇବାକୁ ପସନ୍ଦ କରିଥାନ୍ତି । ଏମିତିକି ଅନେକ ସମୟରେ ଏମାନେ ଖାଲି ପେଟରେ ଏବଂ ସକାଳୁ ଉଠିବା ମାତ୍ରେ ମଧ୍ୟ ଚା’ ପିଇଥାନ୍ତି । ତେବେ ଏମିତି କରିବା ଆପଣଙ୍କୁ ମହଙ୍ଗା ପଡିପାରେ । ଖାଲିପେଟରେ ଚା’ କିମ୍ବା କଫି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ଯଦି ଆପଣ ଖାଲି ପେଟରେ କେଫିନ ସେବନ କରୁଥାନ୍ତି ଏବଂ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରୁଥାନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇପାରେ । ଆସନ୍ତୁ ଜାଣିବା ଏହାଦ୍ୱାରା କେଉଁ ପ୍ରକାର ସମସ୍ୟା ହୋଇପାରେ ।

ଅନିଦ୍ରା: ରିସର୍ଚ୍ଚ ଅନୁସାରେ, ଅଧିକ ଚା’ ପିଇବା ଦ୍ୱାରା ଅନିଦ୍ରା ଭଳି ସମସ୍ୟା ହୋଇପାରେ । ଏଥିପାଇଁ ମଣିଷ ଚିଡଚିଡାପଣ ଏବଂ କ୍ଳାନ୍ତ ଅନୁଭବ କରିଥାନ୍ତି । ଖାଲି ପେଟରେ ଚା’ ପିଇବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ହାଡ କମଜୋର ହେବା: ପ୍ରତିଦିନ ସକାଳେ ଖାଲି ପେଟରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ଥିଲେ ଏହା ଖୁବ ଭୟଙ୍କର ହୋଇପାରେ । ଏହି ଅଭ୍ୟାସ ଯୋଗୁଁ କମ୍ ବୟସରେ ଆପଣଙ୍କ ଶରୀରର ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା ଆରମ୍ଭ ହୋଇପାରେ । ତେବେ ଏହା ଧିରେ ଧିରେ ହାଡଗୁଡିକୁ କମଜୋର କରିଦେଇଥାଏ ।

ଏସିଡିଟି: ଖାଲି ପେଟରେ ଚା’ ପିଇବା ଦ୍ୱାରା ମଣିଷର ଭୋକ ମରିଯାଏ । ଏଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇ ନଥାଏ । ଏଥିପାଇଁ ପେଟରେ ଗ୍ୟାସ ଭଳି ସମସ୍ୟା ଦେଖା ଦିଏ । ତେଣୁ ପେଟରେ ଏସିଡିଟି ସମସ୍ୟା ଆରମ୍ଭ ହୋଇ ଦେହକୁ ଦୁର୍ବଳ କରିଦେଇଥାଏ ।

ପୋଷଣ ଅଭାବ: ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଚା’ ପିଇବା ଅଭ୍ୟାସ ରଖିଛନ୍ତି, ତେବେ ଏହାକୁ ତୁରନ୍ତ ଛାଡିବା ଉଚିତ କାରଣ ଏହା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣ କରିନିଏ । ଏହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ମଧ୍ୟ କମ୍ ହୋଇଯାଏ ।

ଦାନ୍ତ ପାଇଁ କ୍ଷତିକାରକ: ଖାଲି ପେଟରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡିଟି ହୋଇଥାଏ । ଏହା ଦାନ୍ତ ସହ ସମ୍ପର୍କ ହେଲେ ଦାନ୍ତର ଏନାମଲ ଖରାପ ହୋଇଥାଏ । ଯେଉଁଥିପାଇଁ ଦାନ୍ତ ଫୁଲିବା ସମସ୍ୟା ଦେଖାଦେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ସକାଳୁ ଖାଲି ପେଟରେ ଚା’ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ ।

Get real time updates directly on you device, subscribe now.