ସ୍ୱାମୀଙ୍କୁ ଛାଡି ପାର୍ଟନର ସହ LIVE-INରେ ରହୁଥିଲେ ସ୍ତ୍ରୀ: କୋର୍ଟ କହିଲେ ଅନୈତିକ କାମ, ୫ହଜାର ଫାଇନ

ଆହ୍ଲାବାଦ: ଲିଭ ଇନରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ପିଟିସିନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ କୋର୍ଟ । ନିଜର ପାର୍ଟନରଙ୍କ ସହିତ ଲିଭ୍ ଇନରେ ରହିଥିବା ମହିଳା ଜଣକ ନିଜ ସ୍ୱାମୀଙ୍କଠୁ ସୁରକ୍ଷା ଦାବି କରି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହା ସାମାଜିକ ବିଧି ବ୍ୟବସ୍ଥାର ଅସମ୍ମାନ ବୋଲି କହି କୋର୍ଟ ଏହି ଯାଚିକାକୁ ଖାରଜ କରି ଦେଇଥିଲେ ।

ଜଷ୍ଟିସ ଡ. କୌଶଳ ଜୟେନ୍ଦ୍ର ଠାକୁର ଓ ଜଷ୍ଟିସ ସୁବାଷ ଚନ୍ଦ୍ରାଙ୍କ ଖଣ୍ଡପୀଠ ମହିଳାଙ୍କ ସମ୍ପର୍କକୁ ଅନୈତିକ ବୋଲି ଅଭିହିତ ମଧ୍ୟ କରିଥିଲେ । ଏହା ସହିତ ଏମିତି ଯୋଡିଙ୍କୁ ପୋଲିସ ସୁରକ୍ଷା ଦେବା ଦ୍ୱାରା ଭାରତୀୟ ସମାଜ ଉପରେ ଏହାର ଏକ ଖରାପ ପ୍ରଭାବ ପଡିବ ବୋଲି ଖଣ୍ଡପୀଠ କହିଛନ୍ତି । ଏହା ସହିତ ଖଣ୍ଡପୀଠ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି କି କୋର୍ଟ ଲିଭ୍ ଇନ ରିଲେସନସିପ ବିପକ୍ଷରେ ନାହାନ୍ତି । ତେବେ ଏଭଳି ଅବୈଧ ସମ୍ପର୍କକୁ କୋର୍ଟ ବିରୋଧ କରନ୍ତି । ଆବେଦନକାରୀଙ୍କୁ ୫ ହଜାରର ଜରିମାନା ସହିତ ଆବେଦନକୁ ଖାରଜ କରି ଦେଇଥିଲେ କୋର୍ଟ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ସମ୍ପର୍କ । ହିନ୍ଦୁ ବିବାହ ଆଇନର ସାମାଜିକ ବ୍ୟବସ୍ଥା ଅନୁଯାୟୀ ଏପରି ଅନୈତିକ ବ୍ୟବସ୍ଥା ଦ୍ୱାରା ସାମାଜିକ ସଦଭାବନା ଖରାପ ହେଉଛି । ଯଦି ସ୍ୱାମୀଙ୍କ ସହ ଖରାପ ସମ୍ପର୍କ ରହିଛି ତେବେ ଛାଡପତ୍ର ପ୍ରଦାନ କରି ଲିଭ୍ ଇନରେ ରହିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ।