ଆଜି ୭ ଘଣ୍ଟା ମିଳିବନି HDFC ବ୍ୟାଙ୍କର ସର୍ଭିସ, ସମୟ ପୂର୍ବରୁ କରିନିଅନ୍ତୁ ଜରୁରୀ କାମ

ଏଚଡିଏଫସି ବ୍ୟାଙ୍କର ଆଜି ୭ଘଣ୍ଟା ବନ୍ଦ ରହିବ ସେବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦେଶର ବଡ଼ ପ୍ରାଇଭେଟ ବ୍ୟାଙ୍କ ମଧ୍ୟରୁ HDFC ବ୍ୟାଙ୍କ ଅନ୍ୟତମ। ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଲର୍ଟ ଜାରି କରିଛି। ବ୍ୟାଙ୍କ କହିଛି ଯେ, ଆଜି ରାତି ଅର୍ଥାତ ୨୨ ଅଗଷ୍ଟରେ କିଛି ଘଣ୍ଟା ପାଇଁ ଏହାର କଷ୍ଟମର କେୟାର ସର୍ଭିସ ବନ୍ଦ ରହିବ।

ଏହାର କାରଣ ହେଉଛି, ସିଷ୍ଟମ ମେଣ୍ଟେନାନ୍ସ ୱର୍କ। ଏହା ଦ୍ୱାରା ଭବିଷ୍ୟତରେ ଗ୍ରାହକଙ୍କୁ ଅଧିକ ସେଫ୍ ଏବଂ ଉତ୍ତମ ବ୍ୟାଙ୍କିଂ ଅନୁଭବ ମିଳିପାରିବ।

କେତେବେଳେ ବନ୍ଦ ରହିବ ସେବା: ଏଚଡିଏଫସି କହିଛି ଯେ, ୨୨ ଅଗଷ୍ଟ ରାତି ୧୧ଟାଠାରୁ ୨୩ ଅଗଷ୍ଟ ସକାଳ ୬ଟା ଯାଏଁ ଅର୍ଥାତ ହାରାହାରି ୭ ଘଣ୍ଟା ପର୍ଯ୍ୟନ୍ତ କିଛି ସର୍ଭିସର ବ୍ୟବହାର କରିପାରିବେନି ଗ୍ରାହକ। ଏଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବରୁ ସତର୍କ କରାଇଦେଇଛି। ଏହା ଦ୍ୱାରା ଗ୍ରାହକ ନିଜ ଜରୁରୀ କାମକୁ ପୂର୍ବରୁ ସାରିଦେବେ।

କେଉଁ ସର୍ଭିସ ବନ୍ଦ ରହିବ:
-ଫୋନ ବ୍ୟାଙ୍କିଂ ଆଇଭିଆର(ଇଣ୍ଟେରାକ୍ଟିଭ୍ ଭଏସ ରେସପନ୍ସ)
-ଇମଲେ ଏବଂ ସୋସିଆଲ ମିଡିଆ ସପୋର୍ଟ
-ହ୍ୱାଟ୍ସଆପ ଚାଟ୍ ବ୍ୟାଙ୍କିଂ

ଏସଏମଏସ ବ୍ୟାଙ୍କିଂ: ଯଦି କୋଣସି ଗ୍ରାହକଙ୍କୁ ଅଚାନକ ନିଜ ଖାତା ବା କାର୍ଡକୁ ବ୍ଲକ କରିବାକୁ ପଡେ, ତେବେ ଏଥିପାଇଁ ବ୍ୟାଙ୍କର ଟୋଲ-ଫ୍ରୀ ନମ୍ବର ଆକ୍ଟିଭ୍ ରହିବ।