ଡ଼ଙ୍ଗା ଚଲାଇ ରାତାରାତି ହୋଇଥିଲେ କୋଟିପତି, ଏବେ ବାଜିଲା ଟ୍ୟାକ୍ସ ଛାଟ

ମହାକୁମ୍ଭରେ ଡ଼ଙ୍ଗା ଚଲାଇ ରୋଜଗାର କରିଥିଲେ ୩୦ କୋଟି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ପ୍ରଶଂସା ମଧ୍ୟ ସାଉଁଟିଥିଲେ। ହେଲେ ଏବେ ରୋଜଗାରର ଅଧା ଟଙ୍କା ଟ୍ୟାକ୍ସ ଆକାରରେ ଦେବାକୁ ପଡ଼ିବ।

ଉତ୍ତରପ୍ରଦେଶ: ରାତାରାତି ଗରିବରୁ କୋଟିପତି ହେଲେ। ଆଉ ଖୁସିରେ ପାଦ ମାଟିରେ ଲାଗିଲାନି। ସବୁଠି ତାଙ୍କରି ଖବର ଚର୍ଚ୍ଚା ହେଲା। ଖୁସିର ସୀମା ରହିଲାନି। ହେଲେ ଏହି ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିଲାନି। କୋଟିପତି ପରିବାରଙ୍କୁ ଲାଗିଗଲା ଟିକସ ଝଟକା।

ହଁ ଆପଣମାନେ ଜାଣି ପାରୁଥିବେ ଆମେ କାହା କଥା କହୁଛୁ। ଏ ହେଉଛନ୍ତି ସେହି ନୈଚାଳକ ପିଣ୍ଟୁ ଭାଇ। ଯିଏ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଡଙ୍ଗା ଚଳାଇ ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଥିଲେ। ଯାହାକୁ ଏବେ ଲାଗିଛି ଟିକସ ଝଟକା। ଆଉ ତାଙ୍କର ମନ ମଧ୍ୟ ଦୁଃଖ ହୋଇଯାଇଛି।

ନୌଚାଳକରୁ କୋଟିପତି: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବିଭିନ୍ନ ଲୋକ ଭାଇରାଲ ହୋଇଛନ୍ତି। କିଏ ତାଙ୍କ ସୁନ୍ଦର ଚେହେରା ପାଇଁ ତ ଆଉ କିଏ ଭିନ୍ନ ଅନ୍ଦାଜ ପାଇଁ। ଠିକ୍ ସେହିପରି ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭ ମେଳା ସରିବା ପରେ ଏବେ ଚର୍ଚ୍ଚାରେ ଥିଲେ ସେଠାକାର ଜଣେ ନାବିକ।

ଯାହାଙ୍କର ନାମ ପିଣ୍ଟୁ ମହାରା। ତାଙ୍କର ୧୩୦ଟି ଡଙ୍ଗା ଅଛି, ପ୍ରତିଦିନ ସେ ଡଙ୍ଗାରୁ ୨୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ତେଣୁ ୪୫ ଦିନରେ ସେ ପାଖାପାଖି ୩୦ କୋଟି ଟଙ୍କା ରୋଜଗାର କରିଥିଲେ। ଏକାଥରେ ଏତେ ଗୁଡ଼ିଏ ଟଙ୍କା ଦେଖି ତାଙ୍କ ଖୁସି କହିଲେ ନସରେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: କେବଳ ସେ ଖୁସି ହେଉଥିଲେ ତାହା ନୁହେଁ। ଏତେ ଭଲ ରୋଜଗାର ଦେଖି ତାଙ୍କ ପରିବାର ମଧ୍ୟ ବେଶ ଖୁସି ହୋଉଥିଲେ। ସବୁଠାରୁ ଆନନ୍ଦର କଥା ଥିଲା କି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରଶଂସା କରିଥିବା ବେଳେ ଯୋଗୀଙ୍କ ମୁହଁରୁ ପିଣ୍ଟୁଙ୍କ କଥା ଜାଣିବା ପରେ ସେ ରାତାରାତି ଭାଇରାଲ ହୋଇଥିଲେ।

ଟ୍ୟାକ୍ସ ଛାଟ: ରାତାରାତି କୋଟିପତି ହେଲେ ଆଉ ରାତାରାତି ଭାଇରାଲ ମଧ୍ୟ ହେଲେ ପିଣ୍ଟୁ। କିନ୍ତୁ ତାଙ୍କର ଏ ଖୁସି ବେଶୀ ସମୟ ପାଇଁ ରହିଲାନି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ତାଙ୍କ ରୋଜଗାର କଥା ଶୁଣିବା ପରେ ପିଣ୍ଟୁ ଭାଇଙ୍କ ଉପରେ ଲାଗିଲା ଟିକସ ଛାଟ।

ଯେହେତୁ ସେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ତେଣୁ ତାଙ୍କୁ ଟିକସ ଦେବାକୁ ପଡିବ। ଆଉ ଟିକସ ଦେବା କଥା ଶୁଣି ତାଙ୍କ ଖୁସି କୁଆଡେ ମୋଉଳି ଗଲା। ଦୁଃଖ ହବନି ବା କେମିତି। କାରଣ ସେ ତାଙ୍କ ରୋଜଗାରର ପାଖାପାଖି ଅଧା ଟଙ୍କା ଟିକସ ଭାବରେ ଦେବେ।

ଭାରତରେ ୧୫ ଲକ୍ଷରୁ ଅଧିକ ରୋଜଗାରରେ ୩୦ ପ୍ରତିଶତ ଟିକସ ଭରିବାକୁ ପଡୁଥିବା ବେଳେ, ପିଣ୍ଟୁଙ୍କୁ ୩୦ କୋଟି ଟଙ୍କାରେ ପ୍ରାୟ ୧୨.୮୦ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ। ଯାହା ତାଙ୍କର ଆୟର ଅଧା କହିଲେ ଚଳେ। ଯେତିକି ସେ ୪୫ ଦିନରେ ରୋଜଗାର କରିଛନ୍ତି ତାର ଅଧାରୁ ଟିକେ କମ୍ ତାଙ୍କୁ ଟିକସ ଆକାରରେ ଦେବାକୁ ପଡିବ।