fbpx
BSKY SKY
BSKY SKY

କୋଟି କୋଟି ଟଙ୍କାର ମାଲିକ ସେ, ତଥାପି ଭିକ ମାଗୁଛନ୍ତି ରାସ୍ତାକଡ଼ରେ

BSKY

ଇନ୍ଦୋର, ୭ା୩: ତାଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ବଙ୍ଗଳା, ପ୍ଲଟ୍ ସହ କୌଣସି ମୂଲ୍ୟବାନ ସମ୍ପତ୍ତିର ଅଭାବ ନାହିଁ ତାଙ୍କର । ତଥାପି ସେ ରାସ୍ତାକଡ଼ରେ ଭିକ ମାଗୁଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ରମେଶ ଯାଦବ ନାମକ ଜଣେ ଭିକାରିଙ୍କୁ ଦେଖିବାକୁ ମିଳିଛି । ରମେଶ ଅବିବାହିତ ଥିବା ସହ ଭିକ୍ଷାବୃତ୍ତିରୁ ଯାହା ରୋଜଗାର କରନ୍ତି, ସେଥିରେ ଗୁଜୁରାଣ ମେଣ୍ଟାନ୍ତି । ଏକ ଏନଜିଓ ସହାୟତାରେ ରମେଶଙ୍କୁ ଇନ୍ଦୋରର ଏକ ମନ୍ଦିରକୁ ଉଦ୍ଧାର କରାଯାଇଛି ।

ରମେଶଙ୍କ ପରିବାର ଲୋକେ ଇନ୍ଦୋର ସହରରେ ରୁହନ୍ତି । ରମେଶ ପ୍ରଚୁର ମଦ୍ୟପାନ କରୁଥିବାରୁ ପରିବାର ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ତାଙ୍କର ଆୟର ଅନ୍ୟ କୌଣସି ଉତ୍ସ ନଥିବାବେଳେ ତାଙ୍କ ସମ୍ପତ୍ତି କୋଟିଏ ଟଙ୍କାର ଅଧିକ ହେବ ବୋଲି ଜଣାପଡ଼ିଛି । ଯଦି ରମେଶ ମଦ୍ୟପାନ ତ୍ୟାଗ କରନ୍ତି, ତେବେ ପରିବାର ଲୋକେ ତାଙ୍କୁ ଗ୍ରହଣ କରିବା ସହ ନିଜ ପାଖରେ ରଖିବେ ବୋଲି କହିଛନ୍ତି । ମଦ୍ୟପାନ ତ୍ୟାଗ କରି ନିଜ ଘରେ ପରିବାର ସହ ରହିବାକୁ ରମେଶ ମଧ୍ୟ କହିଛନ୍ତି । ପୂର୍ବ ଅପେକ୍ଷା ରମେଶଙ୍କ ପରିସ୍ଥିତି ସୁଧୁରୁଥିବା ଏନଜିଓର ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.