ପୁଣି ମହିଳାଙ୍କୁ ଲିପ୍ କିସ୍ କଲେ, ସିରିୟଲ କିସରର ଟ୍ୟାଗ ପାଇଲେ
ପୁଣି ସାମ୍ନାକୁ ଆସିଲା ସିଙ୍ଗର ଉଦିତ୍ ନାରାୟଣଙ୍କ ଭିଡ଼ିଓ। ଷ୍ଟେଜ ପାଖରେ ମହିଳା ଫ୍ୟାନ୍ସଙ୍କ ମଥାକୁ ପରେ ଓଠକୁ କଲେ କିସ୍। ଆଉ ପରେ ସିରିୟଲ କିସରର ଟ୍ୟାଗ ପାଇଲେ ଉଦିତ୍।
ମୁମ୍ୱାଇ: ପୁଣି ଭାଇରାଲ ହେଉଛି ବଲିଉଡର ନାମିଦାମି ସିଙ୍ଗର ଉଦିତ୍ ନାରାୟଣଙ୍କ ଭିଡ଼ିଓ। ତାହା ପୁଣି ଜଣେ ମହିଳାଙ୍କୁ କିସ୍ କରୁଥିବା ସମୟର। ଯାହାକୁ ନେଇ ଚର୍ଚ୍ଚା ବଢିଛି। ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି।
ନିକଟରେ ଏହିପରି ଜଣେ ମହିଳା ଫ୍ୟାନଙ୍କୁ ମଧ୍ୟ ଷ୍ଟେଜ ଉପରେ ଲିପ୍ କିସ୍ କରି ବିବାଦ ଘେରକୁ ଆସିଥିଲେ ଉଦିତ୍। ପରେ ସୋସିଆଲ ମିଡିଆରେ ସଫେଇ ମଧ୍ୟ ଦେଇଥିଲେ। ହେଲେ ପୁଣିଥରେ ମହିଳାଙ୍କୁ କିସ୍ କରୁଥିବାର ଭିଡିଓ ଭାଇରାଲ ହେଉଛି।
ସିରିୟଲ କିସର୍: ସିଙ୍ଗର ଉଦିତ୍ ନାରାୟଣଙ୍କ ନାଁ ପୂର୍ବରୁ ସିଙ୍ଗର ଲାଗୁଥିଲା। ଆଉ ଏବେ ସିରିୟଲ କିସର ଲାଗୁଛି। କାରଣ ଲଗାତାର ଭାବରେ ସେ ମହିଳାମାନଙ୍କୁ କିସ୍ କରୁଥିବାକ ଫଟୋ ଭିଡ଼ିଓ ସାମ୍ନାକୁ ଆସୁଛି।
ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯିବା ସହ ନାଁ ପଛରେ ସିରିୟଲ କିସର ଟ୍ୟାଗ୍ ଲଗାଯାଉଛି। ଭାଇରାଲ ଭିଡିଓରେ, ଅନେକ ମହିଳା ପ୍ରଶଂସକ ଷ୍ଟେଜ ପାଖରେ ଉଦିତଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳୁଛି।
ଏହି ସମୟରେ ଉଦିତ୍ ଜଣେ ମହିଳା ପ୍ରଶଂସକଙ୍କୁ ପ୍ରଥମେ ମଥାରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି ଏବଂ ତା’ପରେ ସେ ପୁଣି ତାଙ୍କ ଓଠରେ ଚୁମ୍ବନ ଦେଉଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି।
ପୂର୍ବରୁ ଫଟୋ ଭାଇରାଲ: କିଛିଦିନ ତଳେ ଯେତେବେଳେ ଏହିପରି ଜଣେ ମହିଳା ଫ୍ୟାନଙ୍କ ଓଠରେ ଉଦିତ୍ କିସ୍ କରିଥିଲେ। ସେତେବେଳେ ସେହି ଭିଡିଓ ଖୁବ୍ ଭାଇରାଲ ହେଉଥିଲା। ଯାହାକୁ ନେଇ ସେ ସଫେଇ ଦେଇଥିଲେ।
କହିଥିଲେ ଏହା ଆମର ଦର୍ଶକ ଆଉ ଆମ ଭିତରେ ଥିବା ଭଲପାଇବା। ଏହାକୁ ନେଇ କୌଣସି ଖବର କରିବାର ଆବଶ୍ୟକତା ନାହିଁ। ଯାହାପରେ ସେ ବିଗତ ଦିନରେ ଅନେକ ମହିଳା କଳାକାର ଓ ସିଙ୍ଗରମାନଙ୍କୁ କିସ୍ କରିଥିବାର ଫଟୋ ସାମ୍ନାକୁ ଆସିଥିଲା। ତେଣୁ ତାଙ୍କୁ ସିରିୟଲ କିସରର ଟ୍ୟାଗ ମିଳିଛି।