ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଲାଇମ୍ଲାଇଟକୁ ଆସିବା ପାଇଁ ଅନେକ କଳାକାର ସଂଘର୍ଷ କରିଥାନ୍ତି । ସେଥିମଧ୍ୟରୁ କିଛି ଷ୍ଟାରଡମ ଶିଖରରେ ପହଂଚିଥାନ୍ତି । ଆଜି ଆମେ ଏଭଳି ଜଣେ ଲୋକପ୍ରିୟ ସିଙ୍ଗରଙ୍କ ବିଷୟରେ କହିବା ଯିଏକି ଏଙ୍ଗଜାଇଟି ଏବଂ ଡିପ୍ରେସନର ଶିକାର ହୋଇଥିଲେ । ପରବର୍ତ୍ତ ମୁହୂର୍ତ୍ତରେ ସେ ନିଜକୁ ସମ୍ଭାଳିବାରେ ସକ୍ଷମ ହୋଇଥିଲେ ଏବଂ ସ୍ୱାଭାବିକ ଜୀବନଶୈଳୀ ଜୀଇଁଥିଲେ ।
ଆଜିକାଲି ଆଙ୍ଗଜାଇଟି ଏବଂ ଡିପ୍ରେସନ୍ ସାଧାରଣ ସମସ୍ୟା । ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ମଧ୍ୟ ଏହି ସମସ୍ୟାର ସାମ୍ନା କରିଥାନ୍ତି । ବେଳେ ବେଳେ ଏହାର ପ୍ରଭାବ କ୍ୟାରିୟର ଉପରେ ମଧ୍ୟ ପଡ଼ିଥାଏ । ବଲିଉଡର ଲୋକପ୍ରିୟ ସିଙ୍ଗର ଏବଂ ରାପର ବାଦଶାହ ଜଣେ ଅନ୍ତର୍ଜାତୀୟ ସେଲିବ୍ରିଟି । ନିକଟରେ ବାଦଶାହ ଏବଂ ହାନିଆ ଆମିରଙ୍କ ଡେଟିଂକୁ ନେଇ ଚର୍ଚ୍ଚା ହୋଇଥିଲା । ‘ଗେନ୍ଦା ଫୁଲ’, ‘ଡିଜେ ୱାଲେ ବାବୁ’, ‘କର ଗଇ ଚୁଲ୍’, ‘ହାୟ ଗର୍ମି’, ‘କାଲା ଚଷମା’ ଭଳି ବ୍ଲକବଷ୍ଟର ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବାଦଶାହ ଆଜି ତାଙ୍କ ୩୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏକ ସାକ୍ଷାତକାରରେ ସେ ତାଙ୍କ ଖରାପ ସମୟ ବିଷୟରେ ଉଲ୍ଲେଖ କରିଥିଲେ । ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେବେ ସେ ଡିପ୍ରେସନର ଶିକାର ହୋଇଥିଲେ । ବାଦଶାହ କହିଥିଲେ, ‘ଫିଲ୍ମ ‘ଲୁଟେରା’ ଦେଖିବା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ । ତାଙ୍କୁ ଏଙ୍ଗଜାଇଟି ସହ ପାନିକ୍ ଆଟାକ ମଧ୍ୟ ହେଉଥିଲା । ଏପରିକି ସେ ଔଷଧର ଓଭରଡୋଜ୍ ନେବା ମଧ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ସେ ଡାକ୍ତରଙ୍କ ସହଯୋଗ ଲୋଡ଼ିଥିଲେ । ଏହା ପରେ ଡାକ୍ତର ତାଙ୍କୁ ‘ରାଂଝଣା’ ଫିଲ୍ମ ଦେଖିବା ପାଇଁ ମନା କରିଥିଲେ ।’ ଅନିଦ୍ରତା ପାଇଁ ନୀଦ ବଟିକା ସେବନ କରୁଥିବା କହିଥିଲେ ବାଦଶାହ । ବେଳେ ବେଳେ ପାନିକ ଆଟାକ୍ ଆସିବା ସହ ହଠାତ ତାଙ୍କ ହୃଦଗତି ବଢ଼ିଯାଏ । ଏପରି ଅନୁଭବ ହୁଏ ଯେପରି ତାଙ୍କୁ ହାର୍ଟଆଟାକ୍ ଆସିଯିବ । ଡାକ୍ତର ଏବଂ ପରିବାର ବର୍ଗଙ୍କ ସହଯୋଗ ଦ୍ୱାରା ଡିପ୍ରେସନରୁ ଠିକ୍ ହେବା ପାଇଁ ତାଙ୍କୁ ୬ ମାସ ସମୟ ଲାଗିଥିଲା ବୋଲି କହିଥିଲେ । ନିକଟରେ ବାଦଶାହଙ୍କ ‘ମୋରନୀ’ ଗୀତ ଲଞ୍ଚ୍ ହୋଇଛି ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।