ରସିକିଆ ହେଡମାଷ୍ଟର, କୁନି ଝିଅଙ୍କୁ ଖରାପ ଭିଡ଼ିଓ ଦେଖାଇ ହାତ ମାରୁଥିଲେ…

କୁନି ଝିଅଙ୍କୁ ଖରାପ ଭିଡ଼ିଓ ଦେଖାଇ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲେ ପ୍ରଧାନଶିକ୍ଷକ

ଉତ୍ତରପ୍ରଦେଶ: ରସିକିଆ ସାରଙ୍କର କଳା କାରନାମାର ହେଲା ପର୍ଦ୍ଦାଫାଶ। କୁନିଝିଅକୁ ଅଶ୍ଳୀଳ ଭିଡ଼ିଓ ଦେଖାଇ କରୁଥିଲେ ଏଭଳି ନାଟ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଉତ୍ତରପ୍ରଦେଶ କୌଶାମ୍ବୀର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି।

ଶିକ୍ଷକଙ୍କ ନାଁରେ ଅଭିଯୋଗ: ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଉପରେ ଏହି ଏଭିଯୋଗ ଆଣିଛନ୍ତି। ପ୍ରଧାନଶିକ୍ଷକ ଶ୍ରେଣୀ ଗୃହ ଭିତରେ ନିଜ ଫୋନରେ କୁନିଝିଅମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲେ। ଯେଉଁଥିରେ ରାଗିଯାଇ ଛାତ୍ରୀଙ୍କ ପରିବାର ସଦସ୍ୟମାନେ ମାନଝନପୁର ଥାନାରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି, BSA ଏହି ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ନିଲମ୍ବିତ କରିଛି।

ମାଞ୍ଜନପୁର ସର୍କଲ ଅଧିକାରୀ ଶିବାଙ୍କ ସିଂହ କହିଛନ୍ତି – ଆମେ ପ୍ରାଥମିକ ବିଦ୍ୟାଳୟ ଖେରୱାର ପ୍ରଧାନ ଶିକ୍ଷକ ନନ୍ଦ ଲାଲ ସିଂହଙ୍କ ବିରୋଧରେ ଅଭିଯୋଗ ପାଇଥିଲୁ। ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ଛାତ୍ରୀ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ।

ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଥିବାରୁ ସ୍କୁଲରେ ହଙ୍ଗାମା କରିଥିଲେ। ଯେତେବେଳେ ଆମେ ତଦନ୍ତ କରିଥିଲୁ, ପ୍ରଧାନ ଶିକ୍ଷକ ନନ୍ଦ ଲାଲଙ୍କ ବିରୋଧରେ ସମସ୍ତ ଅଭିଯୋଗ ସତ୍ୟ ବୋଲି ଜଣାପଡିଥିଲା।

ସେ ପ୍ରକୃତରେ ଝିଅମାନଙ୍କୁ ଖରାପ ଭିଡିଓ ଦେଖାଉଥିଲେ ଏବଂ ସ୍ପର୍ଶ ମଧ୍ୟ କରୁଥିଲେ। ବର୍ତ୍ତମାନ ସେ ଫେରାର୍ ଅଛନ୍ତି। ମାମଲାର ତଦନ୍ତ କରାଯାଉଛି। ଅଭିଯୁକ୍ତ ଶିକ୍ଷକଙ୍କୁ ଶୀଘ୍ର ଗିରଫ କରାଯିବ।