ଗର୍ଭାବସ୍ଥା ସମୟରେ ଆଖୁ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ କି? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର ଏବଂ ବିଶେଷଜ୍ଞ
ଜଣେ ମହିଳା ପାଇଁ ମା ହେବା ଏକ ଅପୂର୍ବ ସୁଖ ହୋଇଥାଏ । ଯାହାକି ଗର୍ଭଧାରଣ ସମୟରୁ ହିଁ ସେ ଅନୁଭବ କରିଥାନ୍ତି । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଖୁସିରେ ଭରିଦିଏ । କିନ୍ତୁ ଏହି ଖୁସି ଏବଂ ଆଶା ସହିତ ଗର୍ଭଧାରଣ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ସମସ୍ୟା ମଧ୍ୟ ରହିଥାଏ । ଯାହାଫଳରେ ସେମାନେ ଗର୍ଭଧାରଣ ସମୟରେ ସର୍ବଦା ସତର୍କ ରହିଥାନ୍ତି । ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା ବିଷୟରେ ଜାଣିନଥାନ୍ତି । ଯାହାଫଳରେ ସେମାନଙ୍କ ମନରେ ଖାଜ୍ୟପେୟକୁ ନେଇ ଅନେକ ପ୍ରକାରର ଭୁଲ ଧାରଣା ରହିଥାଏ ।
ଅନେକ ଲୋକ ଗର୍ଭାବସ୍ଥା ସମୟରେ କିଛି ଜିନିଷ ଖାଇବାକୁ ମନା କରୁଥିବାବେଳେ ଅନେକ ଲୋକ ସେହି ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି । ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳା ଦ୍ୱନ୍ଦରେ ପଡିଥାନ୍ତି ଏବଂ ଅନେକ କ୍ଷେତ୍ରରେ ଭୁଲ ଜୀବନଶୈଳୀକୁ ଆପଣାଇ ନିଅନ୍ତି । ଯାହାଫଳରେ ପରବର୍ତ୍ତି ସମୟରେ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏପରିସ୍ଥଳେ ଜଣେ ଗର୍ଭବତୀ ମହିଳା ଲୋକଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରିବା ପରିବର୍ତ୍ତେ ଜଣେ ଭଲ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ । ଯାହାଫଳରେ ସେମାନେ ତାଙ୍କ ଖାଦ୍ୟ ପେୟ, ସ୍ୱାସ୍ଥ୍ୟ ଏବଂ ଗର୍ଭରେ ବଢୁଥିବା ସନ୍ତାନର ଯତ୍ନ ସଠିକ୍ ରୂପରେ ନେଇ ପାରିବେ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଗର୍ଭାବସ୍ଥା ସମୟରେ ଖାଦ୍ୟ ସହ ବିଭିନ୍ନ ପ୍ରକାର ଫଳ ରସ ପିଇବା ଉଚିତ୍ ।ଖାସ୍ କରି ଗର୍ଭବତୀ ମହିଳାମାନେ ଆକୁ ରସ ପିଇବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ସମୟରେ ଆଖୁରସ ପିଇବା କେତେସ ଦୂର ଠିକ୍ ।
ଗର୍ଭାବସ୍ଥାରେ ଆଖୁ ରସ ପିଇବା ନିରାପଦ କି?
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗର୍ଭାବସ୍ଥା ସମୟରେ ମା’ ମାନଙ୍କୁ ସବୁଠାରୁ ସୁଶମ ଏବଂ ସ୍ୱାସ୍ଥ୍ୟକର ଖଦ୍ୟଖାଇବା ଆବଶ୍ୟକ । କାରଣ ଏହା ଶିଶୁର ବୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସହାୟକ ହୋଇଥାଏ । ଏଥିସହିତ ଶକ୍ତି ସ୍ତରକୁ ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥା ସମୟରେ ଆଖୁରସ ପିଇବା ଜଣେ ଗର୍ଭବତୀ ମହିଳାଙଅକ ପାଇଁ ବହୁତ ଲାଭଦାୟକ ଏବଂ ନିରାପଦ ହୋଇଥାଏ । କାରଣ ଆଖୁ ରସ ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । ଏଥିସହିତ ଏହା ଶକ୍ତିବୃଦ୍ଧି କରିଥାଏ । ଫଳରେ ଜଣେ ମହିଳା ଗର୍ଭଧାରଣ ସମୟରେ ଥକିପଡେ ନାହିଁ ଏବଂ ନିଜକୁ ସତେଜ ଅନୁଭବ କରାଇଖାଏ ।
ଏତତ୍ ବ୍ୟତୀତ ଗର୍ଭାବସ୍ଥା ସମୟରେ ଆଖୁରସ ସେବନ କରିବା ଦ୍ୱାରା ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ । ଫଳରେ ଜଣେ ମା ଏବଂ ଗର୍ଭରେ ବଢୁଥିବା ପିଲା ସୁସ୍ଥ ରହିଥାଏ । ଏଥିସହିତ ଥଣ୍ଡା, ସଂକ୍ରମଣ ଏବଂ ଜ୍ୱାର ଆଦି ସମସ୍ୟାରୁ ମଧ୍ୟ ମୁକ୍ତି କରିଥାଏ । ତେବେ ଏହି ଷ୍ଟ୍ରଙ୍ଗ ଇମ୍ୟୁନ୍ ସିଷ୍ଟମ ମା ଏବଂ ପିଲା ଉଭୟଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ହୋଇଥାଏ ।