fbpx

ଦେଶରେ କରୋନା ସଂକ୍ରମଣର କାରଣ ହୋଇପାରେ ବିହାରର ଗୟା ଜିଲ୍ଲା, ଅନ୍ୟ ଜଣେ ସଂକ୍ରମିତଙ୍କୁ କରାଗଲା ଆଇସୋଲେଟ

ପାଟଣା: ବିଶ୍ୱରେ ପୁଣିଥରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇସାରିଛି । ଚୀନରେ ବର୍ତ୍ତମାନ କରୋନାର ପରିସ୍ଥିତି ଭୟାବହତାରେ ଗତି କରୁଛି । ତେବେ କରୋନାର ଚତୁର୍ଥ ଲହରର ଆଂଶଙ୍କା କରାଯାଉଥିବା ସମୟରେ ହଟସ୍ପଟ ବନିଗଲା ବିହାରର ଗୟା ଜିଲ୍ଲା । ବ୍ୟାଙ୍କକରେ ରହୁଥିବା ନିବାସୀ କରୋନା ସଂକ୍ରମିତ ହୋଇ ପାଟଣା ଆସି ପହଁଚିଛନ୍ତି । ବର୍ତ୍ତମାନ ବିହାରର ଲୋକେ କରୋନାର ଭୟରେ ଆତଙ୍କିତ ହୋଇଛନ୍ତି ।

ଗୟାର ସିଭିଲ ସର୍ଜନ ତରଫରୁ ସୂଚନା ପାଇବା ପରେ ପାଟଣାରେ ସିସିଟିଭି ଟିମ୍ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । ପତ୍ତା ମିଳିବା ପରେ ସଂକ୍ରମିତଙ୍କୁ ଭିଭୋ କମ୍ପାନୀର ଏକ ଆପାର୍ଟମେଣ୍ଟରେ ଥିବା ଗେଷ୍ଟ ହାଉସରେ ଆଇସୋଲେଟ କରାଯାଇଥିଲା । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଭିଭୋ କମ୍ପାନୀର ଅଧିକାରୀ । ସେ ଦଳାଇନାମାରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ । ସେ ପାଟଣାରୁ ଦିଲ୍ଲୀ ହୋଇ ବ୍ୟାଙ୍କକ ଯାଇଥାନ୍ତେ । ସିଭିଲ ସର୍ଜନର ଡ଼ାକ୍ତର କେକେ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ, ସଂକ୍ରମିତ ଯେଉଁ ଯେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଚେକ କରିବା ପାଇଁ ଅନୁମତି ଦିଆଯାଇଛି ।

ବିଶେଷଜ୍ଞ ମାନେ ଚତୁର୍ଥ ଲହରକୁ ନେଇ ମତ ଦେଇଛନ୍ତି ଯେ, ରାଜଧାନୀ ଦିଲ୍ଲୀ, ଆର୍ଥିକ ରାଜଧାନୀ ମୁମ୍ବାଇ ଏବଂ ଅନ୍ୟନ୍ୟ ରାଜ୍ୟରେ କରୋନା ବଢିବାର କାରଣ ହେବ ବିହାରର ଗୟା ଜିଲ୍ଲା । ପୂର୍ବ ୧ ସପ୍ତାହ ମଧ୍ୟରେ ସେହି ଗୟା ଜିଲ୍ଲାରେ ୧୬ଜଣ ସଂକ୍ରମିତ ହୋଇଥିବା କଥା ଦେଖାଦେଇଛି । ଏଥି ମଧ୍ୟରୁୁ ୩ଜଣ ସ୍ଥାନୀୟ ଲୋକେ ଥିବା ବେଳେ ଅନ୍ୟନ୍ୟ ବାହର ଦେଶରେ ରହୁଥିଲେ । କରୋନାର ନୂଆ ଭାରିଆଣ୍ଟ ବିଏଫ-୭ ଦେଶରେ ପ୍ରବେଶ କରିସାରିଛି । ଏହାସତ୍ତେ୍ୱ ବିହାରରେ ରହୁଥିବା ଲୋକ ସଚେତନତା ଅବଲମ୍ବନ କରୁ ନାହାନ୍ତି । ଭିଡ଼ ଯାଗାରେ ବିନା ମାକ୍ସରେ ବୁଲିବା ସହ ଗାଇଡ ଲାଇନକୁ ଅଣଦେଖା କରୁଛନ୍ତି ।

Get real time updates directly on you device, subscribe now.