fbpx

ଦୀପାବଳିରେ ସ୍ୱାସ୍ଥ୍ୟ ବିଭାଗର ନିଆରା ଅଫର: ଯକ୍ଷ୍ମା ରୋଗୀଙ୍କୁ ଆଣ, ୫୦ ହଜାର ପୁରସ୍କାର ନିଅ

Advertisement

ଆଗ୍ରା: ଆଗ୍ରା ମାଲୱା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦୀପାବଳିରେ ଏକ ନିଆରା ପୁରସ୍କାର ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ, ଟିଭି ବା ଯକ୍ଷ୍ମା ରୋଗୀଙ୍କୁ ମେଡିକାଲ ଆଣିବା ଲୋକଙ୍କୁ ୫୦୦ରୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ । କେବଳ ଏତିକି ନୁହେଁ, ଟିଫିନ୍, ମୋବାଇଲ୍, ମିକ୍ସର-ଗ୍ରାଇଣ୍ଡର୍, ସୁନା ଏବଂ ରୂପା ମଧ୍ୟ ପୁରସ୍କାର ତାଲିକାରେ ସାମିଲ ରହିଛି । ଯକ୍ଷ୍ମା ରୋଗୀଙ୍କୁ ହ୍ରାସ କରିବା ଲକ୍ଷ୍ୟରେ ବିଭାଗ ଏହି ଯୋଜନା ବାହାର କରିଛି ।

ଦୀପାବଳି ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୁରସ୍କାର ସ୍ୱରୂପ ଟିଫିନ୍, ମିକ୍ସର-ଗ୍ରାଇଣ୍ଡର, ମୋବାଇଲ୍ ଏବଂ ସୁନା-ରୂପା ମୁଦ୍ରା ମଧ୍ୟ ପ୍ରଦାନ କରିବାରେ ଅଫର ଦେଉଛିି ସ୍ୱାସ୍ଥ୍ୟ ବିଭାଗ । ପୁରସ୍କାର ପାଇବାକୁ ହେଲେ ବ୍ୟକ୍ତିଙ୍କୁ ଜଣେ ନୂଆ ଯକ୍ଷ୍ମା ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ପଡିବ । ସର୍ତ୍ତ ହେଉଛି କି, ଯକ୍ଷ୍ମାର ନୂଆ ରୋଗୀ ଯାହାର ଏପର୍ଯ୍ୟନ୍ତ ଚିକିତ୍ସା ହୋଇନଥିବା । ଏଥିରେ ଜଣେ ରୋଗୀଙ୍କୁ ନେବା ପାଇଁ ୫୦୦ ଟଙ୍କା ଏବଂ ୫ ଜଣ ରୋଗୀଙ୍କୁ ନେଇ ୨୫୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଛି । ଏହା ସହିତ ରୋଗୀଙ୍କ ସଂଖ୍ୟା ଉପରେ ପୁରସ୍କାର ବା ଦ୍ରବ୍ୟର ପରିମାଣ ସ୍ଥିର କରାଯାଇଛି ।

ଡାକ୍ତରୀ ବିଭାଗର ଏହି ଅଫର ବିଷୟରେ ଆଗ୍ରା ମାଲୱାର ଡାକ୍ତର ଜେଏସ ମାଲଭିଆ କହିଛନ୍ତି ଯେ, ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବା ପାଇଁ ଯୋଜନା ରହିଛି । ଏଥିପାଇଁ ଆଗ୍ରା ମାଲୱା ଜିଲ୍ଲା ଚିକିତ୍ସା ବିଭାଗ ଅକ୍ଟୋବର ୨୪ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଯକ୍ଷ୍ମା ନିୟନ୍ତ୍ରଣ ଅଭିଯାନ ଚଳାଉଛି । ଏଥିପାଇଁ ଯକ୍ଷ୍ମା ରୋଗୀଙ୍କୁ ଆଣ ଏବଂ ପୁରସ୍କାର ଯୋଜନା ଆରମ୍ଭ ହୋଇଛି । ଏହା ସହିତ ଅଧିକରୁ ଅଧିକ ଯକ୍ଷ୍ମା ରୋଗୀ ଆରୋଗ୍ୟ ହୋଇପାରିବେ ।

Get real time updates directly on you device, subscribe now.