fbpx

କୃତ୍ରିମ ମିଠାଯୁକ୍ତ ଏହିସବୁ ଖାଦ୍ୟପଦାର୍ଥ ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ ଅନ୍ୟଥା ହୋଇପାରେ କ୍ୟାନସର ପରି ଭୟାବହ ରୋଗ

Advertisement

ନୂଆଦିଲ୍ଲୀ: ଏବେ କୋଲ୍ଡ ଡ୍ରିଙ୍କସ୍ ଓ ଚୁଇଙ୍ଗମ୍ ଆମ ଖାଦ୍ୟପାନୀୟର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି । ବିଶେଷକରି ପିଲାମାନେ ଏହି ଜିନିଷ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି । କିନ୍ତୁ ହୁ ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଥିରେ ବ୍ୟବହାର କରାଯାଉଥିବା କୃତ୍ରିମ ମିଠା ଆସପାର୍ଟେମକୁ ନେଇ ଏକ ଭୟଭୀତ ହେବା ଭଳି ତଥ୍ୟ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଥଣ୍ଡାପାନୀୟ ଓ ଚୁଇଙ୍ଗମ ମିଠା ଲାଗିବା ପାଇଁ ଏଥିରେ କୃତ୍ରିମ ମିଠା ଆସପାର୍ଟେମ ଦିଆଯାଉଛି । ଏପରି ସ୍ଥିତିରେ ଲଗାତର ଏହି ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ପରି ଭୟାନକ ରୋଗର ଆଶଙ୍କା ବଢିଯାଏ ।

କୃତ୍ରିମ ମିଠା ଆସପାର୍ଟେମର ବ୍ୟବହାର ଡାଏଟ୍ ଡ୍ରିଙ୍କ, ସୁଗାର ଫ୍ରି ଚୁଇଙ୍ଗମ, ଜିଲେଟିନ୍, ଆଇସକ୍ରିମ୍, ଦୁଗ୍ଧ ଜାତ ଉତ୍ପାଦ ଯେପରିକି ଦହି, ଟୁଥପେଷ୍ଟ ଏବଂ କିଛି ମେଡିସିନ୍ ଯେପରିକି କଫ୍ ସିରାପ ଆଦିରେ କରାଯାଇଥାଏ । ଏଥିମଧ୍ୟରୁ ବହୁ ସାମଗ୍ରୀ ଆମେ ପ୍ରାୟ ସମୟ ବ୍ୟବହାର କରିଥାଉ । ବିଶେଷକରି ପିଲାମାନେ ଏହିସବୁ ସାମଗ୍ରୀ ଅଧିକ ବ୍ୟବହାର କରିଥାନ୍ତି । ତେବେ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଏହି କୃତ୍ରିମ ମିଠା ଆସପାର୍ଟେମ କ’ଣ ପ୍ରଭାବ ପକାଇଥାଏ ଓ ପିଲାଙ୍କୁ ଏହିସବୁ ଜିନିଷ ଠାରୁ କିପରି ଦୂରେଇ ରଖିବେ ଆସନ୍ତୁ ସେ ବିଷୟରେ ଜାଣିବା ।

ଆସପାର୍ଟେମ ଏକ କମ୍ କ୍ୟାଲୋରୀ ବିଶିଷ୍ଟ କୃତ୍ରିମ ମିଠା । ଏହାକୁ ବିଭିନ୍ନ ପାନୀୟ ଓ ଖାଦ୍ୟପଦାର୍ଥରେ ଚିନିର ବିକଳ୍ପ ଭାବରେ ବ୍ୟବହାର କରାଯାଏ । ଆମେରିକା ଓ ୟୁରୋପର ବହୁ ଦେଶରେ ଏହାର ବ୍ୟବହାର କରିବାକୁ ସମ୍ମତି ଦିଆଯାଇଛି । ତେବେ ସୀମିତ ମାତ୍ରାରେ ଏହାର ସେବନ ପିଲା ହୁଅନ୍ତୁ କି ବୁଢା ସମସ୍ତଙ୍କ ଲାଗି ସୁରକ୍ଷିତ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ୱାରା ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।
ଆଲର୍ଜି:
ବହୁ ଲୋକଙ୍କ ଶରୀର ଆସପାର୍ଟେମ ପ୍ରତି ସମ୍ବେଦନଶୀଳ ହୋଇଥାଏ । ଏହା ଖାଇବା ଦ୍ୱାରା ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଗ୍ୟାସ୍ ସମସ୍ୟା ପରି ଲକ୍ଷଣ ପରିପ୍ରକାଶ ପାଏ । ଯଦି ଆପଣଙ୍କ ପିଲାଙ୍କ ଠାରେ ଆସପାର୍ଟେମ ଯୁକ୍ତ ଖାଦ୍ୟ ଖାଇବା ପରେ ଏପରି ଲକ୍ଷଣ ପ୍ରକାଶ ପାଉଛି ତେବେ ପିଲାଙ୍କୁ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।
ଓଜନ ବୃଦ୍ଧି:
ଆସପାର୍ଟେମର ଉପଯୋଗ ପ୍ରାୟ ସମୟରେ ସୁଗାର ଫ୍ରି ଖାଦ୍ୟପଦାର୍ଥ ଓ ପାନୀୟରେ କରାଯାଇଥାଏ । କିନ୍ତୁ ଏପରି ଖାଦ୍ୟପଦାର୍ଥ ବାସ୍ତବରେ ଲୋକଙ୍କ ଓଜନ ବୃଦ୍ଧି କରିଥାଏ । ତେବେ କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ଆସପାର୍ଟେମ ଓଜନ ବୃଦ୍ଧି କରିଥାଏ ।
ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ ସମସ୍ୟା:
ପିଲାଙ୍କ ବ୍ୟତିତ ବଡଙ୍କ କ୍ଷେତ୍ରରେ ବି ଆସପାର୍ଟେମର ସେବନ ପରେ ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ସମସ୍ୟା ଦେଖାଦେଇପାରେ ।
ପିଲାଙ୍କୁ ଏହି ଖାଦ୍ୟପଦାର୍ଥ ଠାରୁ ଦୂରେଇ ରଖନ୍ତୁ:
-ଡାଏଟ୍ ଡ୍ରିଙ୍କ ଓ ଫ୍ରୁଟଫ୍ଲେଭର ଡ୍ରିଙ୍କ
-ସୁଗାର ଫ୍ରି କ୍ୟାଣ୍ଡିିଜ୍ ଓ ଗମ୍
-ସୁଗାର ଫ୍ରି ପୁଡିଂ
-ଫ୍ରୁଟ୍ ଜୁସ୍ ଓ ଡ୍ରିଙ୍କ
-ସୁଗାର ଫ୍ରି କିମ୍ବା ଲାଇଟ୍ ଆଇସକ୍ରିମ୍ କିମ୍ବା ଫ୍ରୋଜେନ୍ ଡେଜର୍ଟ
-ବେକ୍ ପ୍ରଡକ୍ଟ ଓ ସ୍ନାକ୍ସ

Get real time updates directly on you device, subscribe now.