Immunity କୁ ବୃଦ୍ଧି କରିଥାଏ ଏହି ଖାଦ୍ୟ, କେବଳ ବର୍ଷା ନୁହେଁ ପ୍ରତ୍ୟେକ ଋତୁରେ ରୋଗଠାରୁ କରିବ ରକ୍ଷା

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଋତୁରେ ଶରୀରକୁ ସୁସ୍ଥ ରଖିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତାକୁ ମଜବୁତ କରିବା ସବୁଠାରୁ ଅଧିକ ଆବଶ୍ୟକ ଅଟେ । ଏହି ରୋଗପ୍ରତିରୋଧକ ଶକ୍ତି ମଜୁବୁତ ରହିବା ଦ୍ୱାରା ଅନେକ ଗଭୀର ରୋଗର ବିପଦ ମଧ୍ୟ କମିଯାଏ । ଏଥିପାଇଁ ଖାଦ୍ୟରେ ଫଳ, ସବୁଜ ପନିପରିବାକୁ ସାମିଲ କରନ୍ତୁ । ଏଥିରେ ଇମ୍ୟୁନିଟୀ ବଢିବା ସହ ପାଚନ ସହ ଜଡିତ ଅସୁବିଧା ମଧ୍ୟ ଦୂର ହୋଇଥାଏ ।

Fermented food: ଶରୀରେ ଗୁଡ୍ ବ୍ୟାକ୍ଟେରିଆ ଥିବା ସତ୍ତ୍ୱେ ଇମ୍ୟୁନିଟୀ ବୁଷ୍ଟ କରିବାର କାମ କରିଥାଏ । ଫର୍ମେଟେଡ ଫୁଡସ ଗୁଡ ବ୍ୟାକ୍ଟେରିଆ ବଢାଇବାର କାମ କରିଥାଏ । ଆପଣ ଖାଦ୍ୟରେ ଘରେ ତିଆରି ହୋଇଥିବା ଦହି ଖାଆନ୍ତୁ ।

ଲାଲ କ୍ୟାପସିକମ: ଲାଲ କ୍ୟାପସିକମରେ ଭିଟାମିନ-ସି ଏବଂ ବୀଟା କୈରୋଟୀନର ଭଲ ମାତ୍ରା ରହିଥାଏ । ଭିଟାମିନ-ସିରେ ଭରପୁର ଜିନିଷ ରୋଗ-ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ । ସେହିପରି ଭୀଟା କ୍ୟାରୋଟୀନ ଆଖି ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଭଣ୍ଡା: ଖାଦ୍ୟପେୟରେ ଭଣ୍ଡା ସାମିଲ କରନ୍ତୁ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । କାରଣ ଭଣ୍ଡାରେ ଆଣ୍ଟିଅକ୍ସିଡେଣ୍ଟସ ଏବଂ ଭିଟାମିନ-ସି ସହ ଅନେକ ପୋଷକ ତତ୍ତ୍ୱ ରହିତାଏ । ଏହି ଖାଦ୍ୟରେ ପାଚନ ମଧ୍ୟ ବଢିଥାଏ ।

ବାଦାମ: ବାଦାମରେ ଭିଟାମିନ-ଇ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଅଟେ, ଯାହା ଶରୀରକୁ ଅନେକ ପ୍ରକାର ଲାଭ ଦେଇଥାଏ । ଇମ୍ୟୁନିଟୀ ବଢାଇବା ସହ ସ୍କିନକୁ ମଧ୍ୟ ଏହା ସୁସ୍ଥ ରଖିଥାଏ ।

ବ୍ରକଲି: ବ୍ରକଲି ଆଇରନ, ଭିଟାମିନ କେ, ସି, ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟର ଖଜାନା ଅଟେ । ଭୋଜନରେ ସାମିଲ କରିବାରେ ପାଚନ ଭଲ ରହିଥାଏ ଏବଂ ଇମ୍ୟୁନିଟୀ ମଧ୍ୟ ବଢିଥାଏ ।

ହଳଦୀ: ଏକ ଚାମଚ ହଳଦୀ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଣ୍ଟିବ୍ୟାକ୍ଟେରିଆ ଏବଂ ଆଣ୍ଟିସେପ୍ଟିକ ଗୁଣରେ ଭରପୁର ହଳଦୀ ଇମ୍ୟୁନ ସିଷ୍ଟମକୁ ଉତ୍ତମ କରିଥାଏ ।

ସେଓ: ପ୍ରତିଦିନ ଏକ ସେଓର ସେବନ କରିବା ଦ୍ୱାରା ଶରୀରକୁ ରୋଗମାନଙ୍କଠାରୁ ଦୂର କରିତାଏ । ସେଓ ଭିଟାମିନ-ଏ, ମିନେରାଲ୍ସ ଏବଂ ଫାଇବରରେ ଭରପୁର ହୋଇଥାଏ । ସେଓ ପ୍ରତି ସିଜନରେ ମିଳୁଥିବା ଏକ ଲାଭଦାୟକ ଫଳ ଅଟେ ।