fbpx

ପିଲାଙ୍କୁ ରୋଗରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତ, ତେବେ ସେମାନଙ୍କ ଟିଫିନରେ ଆଦୌ ଦିଅନ୍ତୁନି ଏପରି ଖାଦ୍ୟ

Advertisement

ସାଧାରଣତଃ ଛୋଟ ପିଲାମାନେ ଚିପ୍ସ, କୁରକୁରେ ,ମ୍ୟାଗି, କେକ୍ , ପାଷ୍ଟ୍ରୀ ପରି ସ୍ୱାସ୍ତ୍ୟ ଅନୁପଯୋଗୀ ଖାଦ୍ୟ ଖାଇବାକୁ ବେଶୀ ଭଲ ପାଆନ୍ତି ଏବଂ ଏହିପରି ଖାଦ୍ୟ ଖାଇବାକୁ ଜିଦି ବି କରିଥାନ୍ତି । ଆପଣ ଯଦି ପିଲାଙ୍କ ଜିଦିକୁ ଦେଖି ସେହିପରି ଖାଦ୍ୟ ଟିଫିନରେ ପ୍ୟାକ୍ କରିଦେବେ ତେବେ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିପାରନ୍ତି । ଏବେ ତ ସ୍କୁଲ ଖୋଲିଗଲାଣି । ସକାଳୁ ସକାଳୁ ପିଲାଙ୍କୁ ପ୍ରସ୍ତୁତ କରିବା ସହ ସେମାନଙ୍କ ଲାଗି ଟିଫିନ୍ ପ୍ରସ୍ତୁତ କରିବା ପିତାମାତାଙ୍କ ଲାଗି ବେଶ୍ କାଠିକର କାମ ହୋଇଥାଏ । ବିଶେଷ କରି ଚାକିରିଆ ପିତାମାତାଙ୍କ ଲାଗି ଏହା ବେଶୀ କଷ୍ଟକର ବିଷୟ ହୋଇଥାଏ । ବହୁ ସମୟରେ ସମୟ ଅଭାବ କାରଣରୁ ପିତାମାତା ପିଲାଙ୍କ ଟିଫିନ୍ରେ ଏପରି ଖାଦ୍ୟ ଭରି ଦେଇଥାନ୍ତି ଯାହା ପିଲାଙ୍କ ପସନ୍ଦ ମୁତାବିକ ତ ହୋଇଥାଏ କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ । ଆମେ ସମସ୍ତେ ଏହା ଜାଣୁ ଯେ, ଅସ୍ୱାସ୍ଥ୍ୟକର ଖାଦ୍ୟ ମୋଟାପା, ଡଶଇବେଟିସ୍, ହୃଦରୋଗ ପରି ବହୁ ରୋଗର ଜଡ ହୋଇଥାଏ । ଏଣୁ ଟିଫିନ୍ ରେ ବଜାରର ଇଜି ଫୁଡ୍ ଭରି ଦେବା ଦ୍ୱାରା ଆମେ ନିଜ ଅଜାଣତରେ ପିଲାଙ୍କୁ ଏହିସବୁ ଭୟାବହ ରୋଗ ଆଡକୁ ଯେ ଠେଲି ଦେଇଥାଉ ତାହା ଆମେ ଜାଣି ପାରି ନ ଥାଉ । ତେଣୁ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲା ସୁସ୍ଥ ରହୁ ତେବେ ତାକୁ ଲଞ୍ଚ ବକ୍ସରେ ବିଲକୁଲ ବି ଏହି ଖାଦ୍ୟ ଦିଅନ୍ତୁ ନାହିଁ ।
ମ୍ୟାଗି ବା ନୁଡୁଲ୍ସ:
ଦୁଇ ମିନିଟ୍ରେ ପ୍ରସ୍ତୁତ ହୋଇଯାଉଥିବା ମ୍ୟାଗି ସବୁ ପିଲାଙ୍କର ଭାରି ପସନ୍ଦ । କିନ୍ତୁ ମ୍ୟାଗି ହେଉ କି ନୁଡୁଲ୍ସ ଏସବୁ ମଇଦାରେ ହିଁ ତିଆରି ହୋଇଥାଏ । ମଇଦାରେ କୌଣସି ବି ପ୍ରକାରର ପୁଷ୍ଟିକାରକ ତତ୍ତ୍ୱ ନ ଥାଏ । ତେଣୁ ଏହା ଖାଇବା ଦ୍ୱାରା ପେଟ ଓ ମନ ତ ଭରିଯାଏ କିନ୍ତୁ ଶରୀରକୁ କୌଣସି ବି ପ୍ରକାର ଲାଭ ମିଳେ ନାହିଁ । ଏଣୁ ଲଞ୍ଚ ବକ୍ସରେ ଏହା ଆଦୌ ଦିଅନ୍ତୁ ନାହିଁ ।
ବାସି ଖାଦ୍ୟ:
ସମୟ ନ ଥିବାରୁ ମା’ ମାନେ ପ୍ରାୟ ସମୟରେ ଲଞ୍ଚ ବକ୍ସରେ ରାତିର ବାସି ଖାଦ୍ୟ ଯେପରିକି ରୁଟି ତରକାରୀ ପ୍ୟାକ କରି ଦିଅନ୍ତି । କିନ୍ତୁ ଗରମ ଦିନେ ବାସି ଖାଦ୍ୟ ଖୁବ୍ ଶୀଘ୍ର ଖରାପ ହୋଇଯାଏ । ବାସି ଖାଦ୍ୟ ଖାଇବା ଦ୍ୱାରା ପିଲା ଫୁଡ୍ ପଏଜନିଂର ଶିକାର ହୋଇପାରେ । ତେଣୁ ପିଲାଙ୍କ ଟିଫିନ୍ ରେ କେବେ ବାସି ଖାଦ୍ୟ ଦେବା ପରି ଭୁଲ୍ କରନ୍ତୁ ନାହିଁ ।
ତେଲରେ ଛଣା ଖାଦ୍ୟ:
ପୁରୀ, କଚୋଡି ଆଦି ତେଲ ଛଣା ଖାଦ୍ୟ ଖାଇବାକୁ ତ ଭଲ ଲାଗେ । ଏହା ସହିତ ଏସବୁ ଜଲଦି ବି ତିଆରି ହୋଇଯାଏ କିନ୍ତୁ ବହୁ ଅଧିକ ତେଲ ଛଣା ଖାଦ୍ୟ ଖାଇବା ଦ୍ୱାରା ପିଲା ମୋଟାପାର ଶିକାର ହୋଇପାରନ୍ତି । କେବଳ ମୋଟାପା ନୁହେଁ ଫ୍ରାଏଡ୍ ଫୁଡ୍ କୋଲେଷ୍ଟ୍ରଲ ବି ବୃଦ୍ଧି କରିଥାଏ ।
ଅସ୍ୱାସ୍ଥ୍ୟକର ସ୍ନାକ୍ସ:
ପିଲାଙ୍କୁ ଚିପ୍ସ, କୁକିଜ୍, ପ୍ୟାକଡ୍ ଫୁଡ୍ ବହୁତ ପସନ୍ଦ । ଭୋକ ଲାଗିବା ମାତ୍ରକେ ପିଲାମାନେ ପ୍ରଥମେ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏସବୁ ପିଲା ଲାଗି ବହୁତ ଖରାପ ହୋଇଥାଏ । କାରଣ ଏଥିରେ ଲୁଣ ଓ ଚିନିର ମାତ୍ରା ବହୁତ ଅଧିକ ରହିଥାଏ । ଏହା ଖାଇବା ଦ୍ୱାରା ପିଲା ବିଭିନ୍ନ ପ୍ରକାର ସ୍ୱାସ୍ତ୍ୟ ସମସ୍ୟାର ଶିକାର ହୋଇପାରେ ।

Get real time updates directly on you device, subscribe now.