ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିଧାୟକଙ୍କର ସ୍ୱାସ୍ଥ୍ୟବୀମା ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଥିବା ଜଣାପଡ଼ିଛି । ପୂର୍ବରୁ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ୫ ଲକ୍ଷ ଟଙ୍କା ରହିଥିଲା ।
ତେବେ ଏହି ସୁବିଧା ରାଜ୍ୟ ବିଧାନସଭାର ସଦସ୍ୟ/ ସଦସ୍ୟା, ପୂର୍ବତନ ସଦସ୍ୟ/ ସଦସ୍ୟାମାନେ ପାଇବେ । ପୂର୍ବରୁ ବିଧାୟକମାନେ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ନେଇ ବାରମ୍ବାର ଦାବି କରିଆସୁଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ବିଚାର ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ସହମତି ପ୍ରକାଶ କରିବା ପରେ ପ୍ରତ୍ୟେକଙ୍କ ପାଇଁ ଏକ ବର୍ଷ ଅବଧି ପାଇଁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ଅନୁମୋଦନ କରିଥିଲେ ।
ରାଜ୍ୟ ବିଧାନସଭାର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ବାଦ୍ ଦେଲେ ୧୨୪ ଜଣ ବିଧାୟକ/ବିଧାୟକ ରହିଛନ୍ତି । ସେମାନଙ୍କର ୮୮ ଜଣ ପତି/ପତ୍ନୀଙ୍କୁ ମିଶାଇ ଏପରି ଭାବେ ୨୧୨ ଜଣ ରହିଛନ୍ତି । ଏହାଛଡ଼ା ୩୧୭ ଜଣ ପୂର୍ବତ ବିଧାୟକ/ବିଧାୟିକା ଓ ସେମାନଙ୍କର ପତି/ପତି ୨୪୫ ଜଣ ରହିଛନ୍ତି । ତେବେ ଏପରି ଭାବେ ମୋଟ ୫୬୨ ଜଣ ଏହି ବୀମାର ବେନିଫିଟ୍ ପାଇବେ ।