fbpx

Video: ସ୍ୱାଧୀନତା ଦିବସ ପାଳନ ଅବସରରେ ଷ୍ଟେଜ୍ ଉପରେ ପଡ଼ିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ, ସୁଗାର ବଢ଼ିବାରୁ ହୋଇଗଲେ ବେହୋସ୍

ଏମପି: ମଧ୍ୟପ୍ରଦେଶର ରାଇସେନରେ ସ୍ୱାଧୀନତା ଦିବସ ଉତ୍ସବରେ ପହଞ୍ଚିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ପ୍ରଭାସ ରାମ ଚୌଧୁରୀ ମଞ୍ଚ ଉପରେ ପଡ଼ିଯାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ପରେଡ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ ।

ଏହା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ସେ ଷ୍ଟେଜ୍ ଉପରେ ହିଁ ମୁଣ୍ଡ ବୁଲାଇ ପଡ଼ିଗଲେ । ଏହା ପରେ କଲେକ୍ଟର ଏବଂ ଏସପି ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନେଇଥିଲେ । ସୁଗାର ସ୍ତର ବଢ଼ିଯିବାରୁ ମନ୍ତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ ବୋଲି ଡାକ୍ତରମାନେ କହିଛନ୍ତି ।

ଜିଲ୍ଲା ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁଗାର ସ୍ତର ବୃଦ୍ଧି ପାଇଛି ଯେଉଁଥିପାଇଁ ସେ ମଞ୍ଚ ଉପରେ ପଡ଼ିଯାଇଥିଲେ । ଚିକିତ୍ସା ପରେ ସେ ନିଜେ ଡାକ୍ତରଖାନା ବାହାରକୁ ଯାଇ କହିଥିଲେ – ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋତେ କୌଣସି ସମସ୍ୟା ନାହିଁ ।’ ଅନ୍ୟପକ୍ଷରେ ସିଭିଲ ସର୍ଜନ ଡାକ୍ତର ଅନିଲ ଖଡେ କହିଛନ୍ତି ଯେ, ମନ୍ତ୍ରୀ ଦୀର୍ଘ ସମୟ ଧରି ଠିଆ ହୋଇଥିଲେ, ଯେଉଁ କାରଣରୁ ତାଙ୍କର ସିଙ୍କୋପ ରକ୍ତ ସଞ୍ଚାଳନ ବନ୍ଦ ହେବା ସହ ହାର୍ଟ ପର୍ଯ୍ୟନ୍ତ ରକ୍ତ କମ୍ ପହଞ୍ଚିବାରୁ ଏପରି ସ୍ଥିତି ହୋଇଥିଲା ଓ ସେ ତଳେ ପଡ଼ିଯାଇଥିଲେ । ତାଙ୍କର ବିପି ଏବଂ ସୁଗାର ଯାଞ୍ଚ କରାଯାଇଥିଲା, ଯାହା ସ୍ୱାଭାବିକ ଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

ସୂଚନାନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୁଇଥର ମୁଣ୍ଡ ବୁଲାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଏସପି ତାଙ୍କୁ ସମ୍ଭାଳି ନେଇଥିଲେ ଏବଂ ତାଙ୍କୁ ଶୀଘ୍ର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ ।

Get real time updates directly on you device, subscribe now.