fbpx
BSKY SKY
BSKY SKY

ଆଜମା ରୋଗୀମାନେ ପ୍ରତିଦିନ ଖାଆନ୍ତୁ ଏହି ଫଳ: ଇନହେଲର୍ ନେବାର ପଡ଼ିବନି ଆବଶ୍ୟକତା

BSKY

ଆଜିକାଲି ଆଜମା ରୋଗ ବହୁଳ ଭାବରେ ବଢ଼ିବାରେ ଲାଗିଛି । ଆଜମା ଏପରି ଏକ ରୋଗ, ଯେଉଁଥିରୁ ବର୍ତ୍ତିବା ଏତେ ସହଜ ନୁହେଁ । କିନ୍ତୁ କିଛି ସତର୍କତା ଅବଲମ୍ବନ କରି ଆଜମାକୁ ନିୟନ୍ତ୍ରଣ କରାଯାଇପାରିବ । ଏପରି ପରିସ୍ଥିତିରେ ଆପଣ ଡାଏଟରେ କିଛି ଫଳ ସାମିଲ କରି ଆଜମାକୁ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଆପଣଙ୍କୁ କେଉଁ ଫଳ ଖାଇବା ଦ୍ୱାରା ଆପଣ ଆଜମାକୁ ନିୟନ୍ତ୍ରଣ କରିପାରିବେ …

ଆପଲ୍ ବା ସେଓ :-
ଯଦି ଆପଣ ଆଜମା ରୋଗର ଲକ୍ଷଣକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଲ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ବୋଲି ପ୍ରମାଣିତ ହୋଇପାରେ । କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ଇ ଅଧିକ ମାତ୍ରାରେ ଥାଏ, ଯାହା ଫୁସଫୁସର ଜ୍ୱଳନକୁ କମ୍ କରିବାକୁ ସାହାଯ୍ୟ କରିଥାଏ ଓ ଆଜମାକୁ ନିୟନ୍ତ୍ରଣ କରିଥାଏ ।

କମଳା :-
ଆଜମାରେ କମଳା ହେଉଛି ଏକ ସୁସ୍ଥ ଫଳ । ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଯଦି ଆପଣ ପ୍ରତିଦିନ କମଳା ଖାଇବେ, ତେବେ ଆଜମା ନିୟନ୍ତ୍ରଣରେ ରହିବ ।

ଷ୍ଟ୍ରବେରୀ-
ଯଦି ଆପଣ ଆଜ୍ମା ରୋଗୀ ତେବେ ଷ୍ଟ୍ରବେରି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହାର କାରଣ ଏଥିରେ ଭିଟାମିନ୍ ସି ରହିଛି, ଯାହା ଫୁସଫୁସକୁ ସୁରକ୍ଷା ଦେଇଥାଏ । ଅନ୍ୟ ପଟେ, ଯଦି ଆପଣ ଜଣେ ଆଜ୍ମା ରୋଗୀ ଏବଂ ଆଜମା ସମସ୍ୟାକୁ ଦୂର କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଖାଦ୍ୟରେ ଷ୍ଟ୍ରବେରି ସାମିଲ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆପଣ ଆଜମାକୁ ନିୟନ୍ତ୍ରଣ କରିପାରିବେ । ଆଜମା ବ୍ୟତୀତ ଆପଣ ନିଜ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ, କିନ୍ତୁ ଆପଣ ଏହାକୁ ସକାଳେ ଜଳଖିଆରେ ଖାଇବା ଉଚିତ୍ ।

Get real time updates directly on you device, subscribe now.