ନୂଆଦିଲ୍ଲୀ: ରକ୍ତ ହେଉଛି ଆମ ଜୀବନର ଆଧାର । ରକ୍ତ ଶରୀରର ପ୍ରତ୍ୟେକ ସ୍ଥାନରେ ପହଂଚିବା ଆବଶ୍ୟକ। ମାନବ ଜୀବନର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ହେଉଛି ସମଗ୍ର ଶରୀରର ପରିବହନ ବ୍ୟବସ୍ଥା । ପୁଷ୍ଟିକର ଖାଦ୍ୟ, ହରମୋନ୍, ଗ୍ୟାସ୍ ଇତ୍ୟାଦି ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଂଶରେ ପହଞ୍ଚେ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିଦିଏ। ରକ୍ତ ଶରୀରରେ pH ଏବଂ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଶରୀର ଭିତରେ ସର୍ବଦା ତାପମାତ୍ରା ସ୍ଥିର ରଖେ। ରକ୍ତ ଚାରୋଟି ଜିନିଷରେ ତିଆରି। ରକ୍ତ ପ୍ଲାଜମା, ପ୍ଲାଲେଟ୍, ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ଏବଂ ଲୋହିତ ରକ୍ତ କଣିକା କିମ୍ବା ଲାଲ ରକ୍ତ କଣିକା (ଆରବିସି)। ସୂଚନାମୁତାବକ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ୪ ରୁ ୫ ଲିଟର ରକ୍ତ ରହିବା ଉଚିତ୍ ।
ରକ୍ତରେ ଆରବିସିର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । ହେମୋଗ୍ଲୋବିନ୍ କେବଳ ଲାଲ ରକ୍ତ କଣିକାରେ ମିଳିଥାଏ ଯେଉଁଥିରେ ଆଇରନ୍ ଥାଏ । ଏହା ଅମ୍ଳଜାନକୁ ଧରି ଶରୀରର ପ୍ରତ୍ୟେକ ଅଙ୍ଗକୁ ପରିବହନ କରିଥାଏ । ସେଥିପାଇଁ ଆରବିସିର ଏତେ ଗୁରୁତ୍ୱ ରହିଛି । ଏହା ମଧ୍ୟ ବୁଝି ହେବ ଯେ ଯଦି ରକ୍ତରେ ଆରବିସିର ଅଭାବ ଥାଏ, ତେବେ ଶରୀରର ଅମ୍ଳଜାନରେ ପହଞ୍ଚିବାରେ ଅସୁବିଧା ହେବ ଏବଂ ଅମ୍ଳଜାନ ବିନା ଜୀବନ କଳ୍ପନା କରିବା ଅସମ୍ଭବ ।
ଗୋଟିଏ ଆରବିସିର ବୟସ ୧୨୦ ଦିନ ଏବଂ ଏହି ଦିନରେ ଏହାର ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । ଏହା ଫୁସଫୁସରୁ ଅମ୍ଳଜାନକୁ ଧରି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରଖେ, ଯେଉଁଠାରୁ ଏହା ହୃଦୟରେ ଶୁଦ୍ଧ ହୋଇ ଶରୀରର ପ୍ରତ୍ୟେକ ଅଙ୍ଗକୁ ପଠାଯାଏ । ଏହାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯେତେବେଳେ ଶରୀରର କୋଷଗୁଡ଼ିକ ଅମ୍ଳଜାନ ବ୍ୟବହାର କରି ଅଙ୍ଗାରକାମ୍ଳ ତିଆରି କରନ୍ତି, ଏହା ପେରିଫେରାଲ୍ ଟିସୁରେ ଗଚ୍ଛିତ ହୁଏ । ଏଠାରୁ ଆରବିସି ଫୁସଫୁସକୁ କାର୍ବନ ଡାଇଅକ୍ସାଇଡ୍ ନେଇଥାଏ, ଯାହା ପରେ ଏହା ଶରୀରରୁ ବାହାରିଥାଏ । ଶରୀରରେ pH ସନ୍ତୁଳନ କରିବାରେ ଆରବିସି ସହଯୋଗ କରିଥାଏ ।
ମହିଳାଙ୍କ ଶରୀରେ ଆରବିସି ୩.୯୨-୫.୧୩ ରହିବ ଆବଶ୍ୟକ ଏବଂ ହେମୋଗ୍ଲୋବିନ୍ ୬.୧୧-୬.୧୫ ରହିବ ଦରକାର । ସେହିଭଳି ପୁରୁଷ ମାନଙ୍କ ଶରୀରରେ ଆରବିସି ୪.୩୫-୫.୩୬ ଏବଂ ହେମୋଗ୍ଲୋବିନ୍୧୩.୨-୧୬. ରହିବା ଆବଶ୍ୟକ ।