ଆମର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମ ଶରୀରରେ ରକ୍ତ ସଫା କରିବା ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ କିଡନୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ତେବେ କିଡନୀ ସଠିକ ଭାବରେ କାମ ନକରିବା ଦ୍ୱାରା ଆମେ ଅନେକ ରୋଗର ଶିକାର ହୋଇଥାଉ । ଏପରି ପରିସ୍ଥିତିରେ ନିଜ କିଡନୀର ଯତ୍ନ ନେବା ଜରୁରୀ ହୋଇପଡ଼େ । କିଡନୀ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେବେ ଏପରି ଅନେକ ପୋଷକ ତତ୍ତ୍ୱ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ସେଗୁଡ଼ିକ ଅଧିକ ଖାଇବା ଦ୍ୱାରା ତାହା କିଡନୀର କ୍ଷତି କରିଥାଏ ।
ପ୍ରୋଟିନ- ଆମେ ସମସ୍ତେ ଜାଣୁ ଯେ ଆମ ଶରୀରର ସାମଗ୍ରିକ ବିକାଶ ଏବଂ ଶକ୍ତି ପାଇଁ ପ୍ରୋଟିନ ଆବଶ୍ୟକ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ରକ୍ତରେ ଥିବା ଏସିଡର ମାତ୍ରା ବଢ଼ିଯାଏ ଯାହା କିଡନୀ ପାଇଁ ବିପଦଜନକ ଅଟେ। ଏହାକୁ ପ୍ରୋଟିନେରିଆ ଏବଂ ଇଣ୍ଟ୍ରାମୁରାଲ ହାଇପରଟେନସନ କୁହାଯାଏ । ତେଣୁ ପ୍ରତିଦିନ ଆବଶ୍ୟକ ପରିମାଣର ପ୍ରୋଟିନ ଖାଇବା ଆପଣଙ୍କ କିଡନୀର ସ୍ୱାସ୍ଥ୍ୟ ପାଇଁ ଭଲ ।
ଫସଫରସ- ଫସଫରସ ଆମ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱ । କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା କିଡନୀର କ୍ଷତି ହୋଇପାରେ । ତେଣୁ ଆପଣଙ୍କ ଦୈନିକ ଖାଦ୍ୟରେ ଫସଫରସର ମାତ୍ରା ସୀମିତ କରନ୍ତୁ । ଏଥିପାଇଁ ‘ପ୍ରୋସେସ୍ଡ ଫୁଡ଼’ଠାରୁ ଦୂରେଇ ରୁହନ୍ତୁ ।
ପୋଟାସିୟମ- ପୋଟାସିୟମ ଆମ ଶରୀରର କୋଷଗୁଡ଼ିକରେ ଫ୍ଲୁଇଡ଼ ବାଲାନ୍ସକୁ ବଜାୟ ରଖେ । ସେଥିପାଇଁ ଏହା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟରେ ଗଣାଯାଏ । କିନ୍ତୁ ଏହାର ଅତ୍ୟଧିକ ଗ୍ରହଣ କିଡନୀ ପାଇଁ କ୍ଷତିକାରକ ହୋଇଥାଏ ।
ସୋଡିୟମ- ଆମ ଶରୀରରେ ଜଳ ଏବଂ ମିନେରାଲ୍ସର ସ୍ତରକୁ ସନ୍ତୁଳିତ କରିବା ପାଇଁ ସୋଡିୟମ କାର୍ୟ୍ୟ କରେ । ଶରୀରରେ ଏହି ପୋଷକ ତତ୍ତ୍ୱର ପରିମାଣ ବହୁତ କମ । କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବଢ଼ିଥାଏ ଯାହା ପରେ ଏହା ଅବଶୋଷିତ ହୋଇଯାଇଥାଏ । ତେବେ ପରେ ଏହାକୁ ଶରୀରରୁ ବାହାର କରିବା କଷ୍ଟ ହୋଇଥାଏ । ତେଣୁ ଖାଦ୍ୟରେ ଲୁଣ କମ ଖାଆନ୍ତୁ ।