ହୃଦଘାତ ଓ ଡାଇବେଟିସ୍ ଆପଣଙ୍କ ପାଖ ଛୁଇଁବନି: ଆଜି ଖାଇବାରେ ସାମିଲ କରନ୍ତୁ କୋଳଥ

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ମଧ୍ୟରେ ଡ଼ାଲି ହେଉଛି ଏକ ପ୍ରମୁଖ ଖାଦ୍ୟ । ଡ଼ାଲିରେ ଭରିରହିଥାଏ ବିଭିନ୍ନ ପ୍ରକାରର ପ୍ରୋଟିନ । ଯଦ୍ୱାରା ଆମକୁ ଶକ୍ତି ମିଳିଥାଏ ଶରୀରରେ ମଧ୍ୟ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ। ଏହିସବୁ ଡାଲି ଛଡା କୋଳଥ ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହି ଡାଲିର ଫାଇଦା ଆପଣଙ୍କୁ ଫିଟ୍‌ ରହିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଶରୀରର ଅନେକ ପ୍ରୋଟିନର ଅଭାବକୁ ପୂରଣ କରିଥାଏ। ଏହାଛଡା ମାର୍କେଟରେ ବିଭିନ୍ନ ପ୍ରକାରର ଡାଲି ମିଳିଥାଏ। କିନ୍ତୁ କମ୍‌ ଲୋକେ କୋଳଥ ଡାଲି ଖାଉଥିବେ। କୋଳଥ ଡାଲିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ତେବେ ଆଉ କ’ଣ ଫାଇଦା ମିଳେ ଜାଣନ୍ତୁ…

– କୋଳଥ ଡାଲିକୁ ଅଧିକାଂଶ ଦକ୍ଷିଣ ଭାରତ ସହରରେ ଖାଇଥାନ୍ତି। ରସମ ହେଉ ଅବା ସମ୍ବର ସାଉଥ ଇଣ୍ଡିଆନ ଖାଦ୍ୟରେ କୋଳଥ ଡାଲିର ବ୍ୟବହାର କରାଯାଏ।

– ହୃଦୟକୁ ସୁସ୍ଥ ରଖିବା ପାଇଁ କୋଳଥ ଡାଲି ବେଶ୍‌ ଉପକାରୀ। ପୋଷକ ତତ୍ତ୍ୱରେ ଭରପୂର କୋଳଥ ଡାଲି ନିୟମିତ ରୂପେ ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ଦୂରେଇ ରହିଥାଏ। ନିଜ ଡାଏଟରେ କୋଳଥ ଡାଲି ନିଶ୍ଚିତ ସାମିଲ କରନ୍ତୁ।

– ଡାଇବେଟିଜ ଅର୍ଥାତ୍‌ ମଧୁମେହ ରୋଗ ଥିଲେ କୋଳଥ ଡାଲି ଖାଇବା ଦ୍ୱାରା ଫାଇଦା ମିଳିଥାଏ। ଏଥିରେ ଥିବା ପୁଷ୍ଟିକର ଗୁଣ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାର କାମ କରିଥାଏ।

– କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାରେ ବେଶ୍‌ ସହାୟକ ହୋଇଥାଏ କୋଳଥ ଡାଲି। ଏହି ଡାଲିରେ ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ କମ୍‌ କରି ଭଲ କୋଲେଷ୍ଟ୍ରୋଲକୁ ବୃଦ୍ଧି କରିଥାଏ। ଏଥିପାଇଁ କୋଳଥ ଡାଲିକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରାଲ ଲେବଲ ନିୟନ୍ତ୍ରଣରେ ରହିଥାଏ।

– କୋଷ୍ଠକାଠିନ୍ୟ ଥିଲେ କୋଳଥ ଡାଲି ଉପକାରୀ। କୋଳଥ ଡାଲିରେ ଭରପୂର ମାତ୍ରାରେ ଫାଇବର ବେଶି ରହିଥାଏ। ଯାହା ଦ୍ୱାରା ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ। କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଦୂର ହୋଇଥାଏ।

– ପେଟରୁ ପଥୁରୀ ସମସ୍ୟା ଥିଲେ କୋଳଥ ଡାଲିକୁ ସିଝାଇ ଏହାର ପାଣିକୁ ଖାଲିପେଟରେ ପିଇବା ଦ୍ୱାରା ଭଲ ହୋଇଥାଏ।