(video) ବନ୍ଧୁଙ୍କୁ ଶୁଭେଚ୍ଛା ଦେବାକୁ ଯାଇ ଶବ ହୋଇ ଫେରିଲେ, ୱେଷ୍ଟର୍ନ ଲାଇଫ୍ ପାଇଁ ବଢ଼ୁଛି ହାର୍ଟ ଆଟାକ୍

ଅମରାବତୀ: ଆନ୍ଧ୍ରପ୍ରଦେଶ କୁରନୂଲ ଜିଲା ପେନୁମାଡାର କ୍ରିଷ୍ଣଗିରି ମଣ୍ଡଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭାମସି ନାମକୁ ଯୁବକ ତାଙ୍କ ବନ୍ଧୁଙ୍କ ବାହାଘରକୁ ଯାଇଥିଲେ । ଷ୍ଟେଜରେ ବନ୍ଧୁଙ୍କୁ ବିବାହ ନେଇ ଶୁଭେଚ୍ଛା ଜଣାଇବା ବେଳେ ହଠାତ୍ ତାଙ୍କ ମୃତ୍ୟୁ ଘଟିଥିଲା । ହୃଦଘାତରୁ ଭାମସିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ବାଙ୍ଗାଲୁରୁସ୍ଥିତ ଆମାଜନର ରିଟେଲର ଥିଲେ ।

ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାମିସଙ୍କ ସହ କିଛି ସାଙ୍ଗ ଏକାଠି ହୋଇ ଷ୍ଟେଜରେ ଚଢ଼ିଥିଲେ । ଆଉ ସେଠାରେ ସେ ବର, କନିଆଁଙ୍କୁ ଗିଫ୍ଟ ଦେଇଥିଲେ । ସେମାନେ ଉପହାର ଖୋଲି ଦେଖୁଥିବାବେଳେ ହଠାତ୍ ଭାମସି ବାଲାନ୍ସ ହରେଇ ଦେଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ କିଛି ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଧରି ନେଇଥିଲେ । ଭାମସି ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଥିବାର ଦେଖି ତାଙ୍କୁ ତୁରନ୍ତ ଧୋନେ ସରକାରୀ ସିଟି ହସ୍ପିଟାଲଙ୍କୁ ତାଙ୍କୁ ନେଇଯାଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିଲାବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଭାରତରେ ଯୁବପିଢ଼ିମାନେ ଅଧିକ ହାର୍ଟଆଟାକ୍ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏହାର ମୁଖ୍ୟ କାରଣ ବାୟୁ ପ୍ରଦୂଷଣ, ଚାପ, ହେଭି ୱାର୍କଆଉଟ, ଷ୍ଟେରଏଡ ଇତ୍ୟାଦି । ଏହା ବ୍ୟତୀତ ଭାରତୀୟମାନେ ୱେଷ୍ଟର୍ନ ଲାଇଫ୍ ଷ୍ଟାଇଲକୁ ଅଧିକ ମାତ୍ରାରେ ଆପଣାଇବାରେ ଲାଗିଛନ୍ତି, ଯାହାପାଇଁ ହାର୍ଟ ଆଟାକ୍ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।