fbpx

ନୟାଗଡ଼ରେ ଚାଲିଛି କାଣ୍ଟେ କା ଟକ୍କର: ଅରୁଣ-ପ୍ରତ୍ୟୁଷାଙ୍କ ମଧ୍ୟରେ କିଏ ଆଗରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ବର୍ତ୍ତମାନ ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୭୬ଟିରେ, ବିଜେଡି ୫୪ଟିରେ, କଂଗ୍ରେସ ୧୨ଟିରେ ଓ ସିପିଆଇ ୧ଟିରେ ଆଗରେ ରହିଛନ୍ତି । ନୟାଗଡ଼ ଆସନରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱର ସିଂହଙ୍କ ଠାରୁ ୪୦୬ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ପଞ୍ଚମ ରାଉଣ୍ଡ ସୁଦ୍ଧା ଅରୁଣଙ୍କୁ ୨୪,୬୮୮ଟି ଭୋଟ ମିଳିଥିବା ବେଳେ ପ୍ରତ୍ୟୁଷାଙ୍କୁ ୨୪,୨୮୨ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ୨୪,୦୩୧ଟି ଭୋଟ ପାଇଛନ୍ତି ।

Get real time updates directly on you device, subscribe now.