fbpx

ବର୍ଷା ନେଲା ୩୬ ଜୀବନ; ମୃତାହତ ସଂଖ୍ୟା ବଢିପାରେ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ରାଇଗଡ଼ରେ ଭୂସ୍ଖଳନ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି ୩୦ ଜଣ ଘର ମଧ୍ୟରେ ଫସିଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ମହାରାଷ୍ଟ୍ରରେ ଗତ ୩ ଦିନ ହେବ ଲଗାଣ ବର୍ଷା ବିତ୍ପାତ ରହିଛି। ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ପ୍ରଥମେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାହା ବଢି ୩୬ରେ ପହଞ୍ଚିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

Get real time updates directly on you device, subscribe now.