CHARIDHAM

ସାବଧାନ! ଆସନ୍ତାକାଲି ୨୦ ଜିଲ୍ଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରିକଲା ପାଣିପାଗ ବିଭାଗ

ଏହିସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର: ସାବଧାନ ରୁହନ୍ତୁ ରାଜ୍ୟବାସୀ! ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। ଏହାସହ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେପ୍ଟେମ୍ୱର ୧ ତାରିକ ଯାଏଁ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଆସନ୍ତାକାଲି ଏକାଥରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାନେଇ ଆକଳନ କରାଯାଇଛି।

ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ଓ୍ୱାର୍ଣ୍ଣିଂ ଜାରି ହୋଇଛି।