ରାଜଧାନୀରେ ପ୍ରବଳ ଝଡ଼ବର୍ଷା, ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତାରେ ଲହଡ଼ି ଭାଙ୍ଗିଲା ପାଣି । ତଳିଆ ଅଞ୍ଚଳରେ ଜମିଲା ବର୍ଷାଜଳ ।ବର୍ଷା ପାଇଁ ପ୍ରଭାବିତ ଜନଜୀବନ ।

ଖରାପ ପାଗ ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ । ପାଗ ଭଲ ନ ଥିବା କାରଣରୁ ଏକାଧିକ ବିମାନ ଦିଲ୍ଲୀରୁ ବିଳମ୍ବରେ ଉଡ଼ାଣ ଭରିବା ନେଇ ବାମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ବର୍ତ୍ତମାନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ୭୦ରୁ ୮୦ କି.ମି ବେଗରେ ପବନ ବହିଛି । ଶନିବାର ପର୍ଯ୍ୟନ୍ତ ଦିଲ୍ଲୀରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ରାସ୍ତାରେ ଆଣ୍ଟୁଏ ଆଣ୍ଟୁଏ ପାଣି ଜମିବା କାରଣରୁ ଲୋକଙ୍କ ଯାତ୍ରାୟତରେ ଅସୁବିଧା ହୋଇଛି । ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଦ୍ୱାରା ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସମୟରେ ରାଜଧାନୀରେ ପାଗ ମେଘୁଆ ରହିଛି ।