ଭୁବନେଶ୍ୱର: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିବା ସୂଚନା ।
ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଅବପାତରେ ପରିଣତ ହୋଇଥିବା ସୂଚନା । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୦ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଥିବା କହିଛି ପାଣିପାଗ ବିଭାଗ ।
ଅବପାତ ପ୍ରଭାବରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ। ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ଗତକାଲି ମାଲକାନଗିରିରେ ଏତେ ପରିମାଣରେ ବର୍ଷା ହୋଇଛି ଯେ, ଅନେକ ସ୍ଥାନ ପାଣିରେ ବୁଡ଼ିଯାଇଛି। ଏଥିପାଇଁ ଆଜି ସେଠାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ିକୁ ବନ୍ଦ ରଖାଯାଇଛି।