fbpx

ବର୍ଷା ସହ ବଜ୍ରପାତ ଆଶଙ୍କା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ!

ଭୁବନେଶ୍ୱର, ୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଗତକିଛି ଦିନ ତଳେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ବର୍ତ୍ତମାନ ଏବେ ପାଗ ଶୁଖିଲା ରହିଛି । ଏହାରି ମଧ୍ୟରେ ଆଗାମୀ୨୪ଘଣ୍ଟା ରେ ୪ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା ରହିଛି । ୪ଜିଲ୍ଲା ଗୁଡ଼ିକ ମାଲକାନଗିରି, ବରଗଡ଼, ନୂଆପଡ଼ା ଓ ବଲାଙ୍ଗୀର ।

ସେହିପରି ଆସନ୍ତାକାଲି ରାଜ୍ୟରେ କେତେକ ସ୍ଥାନରେ ଝଡ଼ତୋଫାନ ହେବାର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଓ ରାଜ୍ୟର ଅନ୍ୟ ଜିଲ୍ଲାରେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

Get real time updates directly on you device, subscribe now.