fbpx

ଜାପାନରେ ଭୟଙ୍କର ତୁଷାରପାତ; ୧୭ ମୃତ ସହ ଅନେକ ଆହତ

ନୂଆଦିଲ୍ଲୀ: ଆମେରିକା ଭଳି ଜାପାନରେ ମଧ୍ୟ ଲୋକମାନେ ତୁଷାରପାତର ଶିକାର ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୀତ ଋତୁରେ ଜାପାନରେ ପ୍ରବଳ ତୁଷାରପାତ ସହିତ ଅଧିକ ବେଗରେ ପବନ ବହିବାରେ ଲାଗିଛି । ଯେଉଁଥିପାଇଁ ସାଧାରଣ ଜୀବନ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ତୁଷାରପାତ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହା ସହିତ ଅନେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ବିଫଳ ହୋଇଛି ।

ଖବର ଅନୁଯାୟୀ, ଗତ ଏକ ସପ୍ତାହ ଧରି ଜାପାନର ଉତ୍ତର ଭାଗରେ ପ୍ରବଳ ତୁଷାରପାତ ହୋଇଛି । ଅଧିକାଂଶ ରାସ୍ତା ବରଫର ଏକ ଚାଦର ଦ୍ୱାରା ଆଚ୍ଛାଦିତ ହୋଇଯାଇଛି ଯେଉଁଥିପାଇଁ ଶହ ଶହ ଗାଡି ଅଟକି ରହିଛି । ଡେଲିଭରି ସେବା ମଧ୍ୟ ଗୁରୁତର ଭାବେ ବନ୍ଦ ହୋଇଛି । ଏନେଇ ଶନିବାର ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ କ୍ରିସମାସ ଅବସରରେ ଗତ ଦୁଇ ଦିନ ଧରି ପ୍ରବଳ ତୁଷାରପାତ ହୋଇଥିଲା । ଏବଂ ତୁଷାରପାତ ଯୋଗୁଁ ସୋମବାର ସକାଳେ ମୃତ୍ୟୁସଂଖ୍ୟା ୧୭ କୁ ବୃଦ୍ଧି ପାଇଛି । ଅନ୍ୟପଟେ ୯୩ ଜଣ ଆହତ ହୋଇଛନ୍ତି । ଘରର ଛାତରୁ ବରଫ ଖସିିବା କାରଣରୁ ଅଧିକାଂଶ ମୃତ୍ୟୁ ଘଟିଥିଲା । ଛାତରୁ ବରଫ ସଫା କରୁଥିବାବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ନିବେଦନ କରିଛି ।

Get real time updates directly on you device, subscribe now.