fbpx

ସାହାରା ଇଣ୍ଡିଆରେ ଆପଣଙ୍କର ଅର୍ଥ ଫସି ରହିଛି କି, ଜାରି ହେଲା ହେଲପ୍ ଲାଇନ୍ ନମ୍ବର

AAKASH

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ କମ୍ପାନୀରେ ଦେଶର ଅନେକ ନିବେଶଙ୍କ ଅର୍ଥ ଫସି ରହିଛି । ତେବେ ଆପଣଙ୍କର କିଛି ଅର୍ଥ ସାହାରାରେ ଫସି ରହିଛି କି? ଯଦି ଫସିଛି, ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କେନ୍ଦ୍ର ସରକାର ଏଥିପାଇଁ ଏକ ହେଲପ୍ ଲାଇନ ନମ୍ବର ଜାରି କରିଛନ୍ତି । ଉକ୍ତ ନମ୍ବରକୁ ଆପଣମାନେ କଲ୍ କରି ଏହାର ଫାଇଦା ଉଠାଇ ପାରିବେ । କେବଳ ଏତିକି ନୁହେଁ, ସାହାରା ବ୍ୟତୀତ ଯଦି ଅନ୍ୟ କୌଣସି ନନ୍ ବ୍ୟାଙ୍କିଂ କମ୍ପାନୀ, କୋଅପରେଟିଭ୍ ସୋସାଇଟିରେ ଆପଣଙ୍କର ପଇସା ଫସିଛି, ତେବେ ଏହି ନମ୍ବରରେ ଆପଣମାନେ ଅଭିଯୋଗ କରିପାରିବେ ।

ଜଣାପଡ଼ିଛି ଯେ, ନନ ବ୍ୟାଙ୍କିଂ କମ୍ପାନୀ ଓ କୋଅପରେଟିଭ୍ ସୋସାଇଟି ବିପକ୍ଷରେ ଝାଡ଼ଖଣ୍ଡ ସରକାର ଆକ୍ସନ ମୁଡ଼କୁ ଆସିଯାଇଛନ୍ତି । ଫସି ଥିବା ଟଙ୍କା ପାଇବାକୁ ଅଭିଯୋଗ କରିବା ପାଇଁ ସରକାର ଏକ ପୋଲିସ ହେଲପ ଲାଇନ ନମ୍ବର ୧୧୨ ଜାରି କରିଛନ୍ତି । ଏହି ନମ୍ବରରେ ସାହାରା ଇଣ୍ଡିଆ ପରିବାରରେ ଫସି ରହିଥିବା ଅର୍ଥ ପାଇଁ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ପାରିବ । ଅଭିଯୋଗ ଦାଖଲ ପରେ ଅର୍ଥ ବିଭାଗ ଓ ସିଆଇଡି ମିଶି ଏହି ଅଭିଯୋଗର ଯାଞ୍ଚ କରିବେ ।

ସୂଚନାଯୋଗ୍ୟ ଯେ, ସାହାରା ଇଣ୍ଡିଆରେ ଲୋକଙ୍କର କୋଟି କୋଟି ଟଙ୍କା ଫସି ରହିଛି । ନନ ବ୍ୟାଙ୍କିଂ କମ୍ପାନୀରେ ଝାଡ଼ଖଣ୍ଡ ଲୋକଙ୍କର ୨୫୦୦ କୋଟି ଟଙ୍କା ଫସି ରହିଥିବା ନେଇ ବିଧାନସଭା ଅଧିବେଶନରେ ବିଧାୟକ ସୂଚନା ଦେଇଥିଲେ । ଏହି କମ୍ପାନୀରେ ପାଖାପାଖି ୩ ଲକ୍ଷ ଲୋକଙ୍କର ପଇସା ଫସି ରହିଛି ।

Get real time updates directly on you device, subscribe now.