fbpx

ସ୍ୱାଧୀନତାର ମହାନାୟକମାନେ ଗାଇଲେ ଜାତୀୟ ସଙ୍ଗୀତ! AI ସାହାଯ୍ୟରେ ସାକାର ହେଲା ଅଦ୍ଭୁତ ସ୍ୱପ୍ନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଇତିହାସ ଓ ଟେକନିକକୁ ଯୋଡି ଏକ ଅଦ୍ଭୁତ ସ୍ୱପ୍ନକୁ ସାକାର କରିଛି ଆଜତକ୍ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଆମ ସ୍ୱାଧୀନତା ସଂଗ୍ରାମର ବରିଷ୍ଠ ମହାନାୟକମାନେ ଦେଶ ପାଇଁ ଜାତୀୟ ସଙ୍ଗୀତ ‘ଜଣ ଗଣ ମନ’ ଗାଉଥିବା ଦେଖିକରି ଆପଣ ବି ଗର୍ବ ଅନୁଭବ କରିବେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ନିର୍ମିତ ଏହି ଭିଡିଓରେ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସରୋଜିନୀ ନାଇଡୁ, ବାବାସାହେବ ଆମ୍ବେଦକର, ଚନ୍ଦ୍ରଶେଖର ଆଜାଦ, ରବୀନ୍ଦ୍ରନାଥ ଟାଗୋର ଏବଂ ସର୍ଦ୍ଦାର ଭାଲାବାଇଭାଇ ପଟେଲଙ୍କ ସହ ସ୍ୱାଧୀନତା ସଂଗ୍ରାମର ନେତାମାନେ ସ୍ଥାନ ପାଇଛନ୍ତି ।

ଦୂରଦୃଷ୍ଟିସମ୍ପନ୍ନ ନେତାମାନଙ୍କୁ ବିଭିନ୍ନ ପୃଷ୍ଠଭୂମି ବିରୁଦ୍ଧରେ ଚିତ୍ରଣ କରାଯାଇଛି, ସେମାନଙ୍କର ଆଭିମୁଖ୍ୟ ଏଆଇ ଦ୍ୱାରା ସ୍ପଷ୍ଟ ଭାବରେ କଳ୍ପନା କରାଯାଇଛି । ଏହି ପଦକ୍ଷେପ ଇତିହାସକୁ ବଞ୍ଚାଇ ରଖିବା ସହ ଏହାକୁ ଜୀବନ୍ତ ମଧ୍ୟ କରିଛି, ଯାହା ଆମକୁ ଏହି ମହତ୍ୱପୂର୍ଣ୍ଣ ଦିନରେ ନେତାମାନଙ୍କୁ ତାଙ୍କର ନିକଟତର ହୋଇ ଦେଖିବାରେ ସୁଯୋଗ ଦେଇଛି ।
ତେବେ ଦେଶର ଜାତୀୟ ସଙ୍ଗୀତ ‘ଜଣ ଗଣ ମନ’ ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ର ନାଥ ଟାଗୋର ଲେଖିଥିଲେ । ଭାରତର ଜାତୀୟ ସଙ୍ଗୀତ ଭାବରେ ୨୪ ଜାନୁଆରୀ ୧୯୫୦ରେ ଏହାକୁ ସ୍ୱାକୀର କରାଯାଇଥିଲା । ଏହାକୁ ଟାଗୋର ୧୯୧୧ରେ ମୂଳ ରୂପରେ ବଙ୍ଗାଳୀ ଭାଷାରେ ଲେଖିଥିଲେ ।

Get real time updates directly on you device, subscribe now.