fbpx

ହିମନ୍ତଙ୍କ ଉପରେ ଖପ୍ପା ହେମନ୍ତ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଜେପିକୁ ଟାର୍ଗେଟ

ରାଞ୍ଚି: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖାଦେଇଛି । ବିଶେଷ କରି ରାଜ୍ୟ ମୁଖ୍ୟମନ୍ତ୍ର ହେମନ୍ତ ସୋରେନ୍ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଧ୍ୟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି । ନିକଟରେ ବିଜେପି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ହିମନ୍ତଙ୍କୁ ସହ- ପ୍ରଭାରୀ ଭାବେ ନିଯୁକ୍ତ କରିଥିଲେ । ଏହା ପରେ ଗୋଟିଏ ପଟେ ଝାଡ଼ଖଣ୍ଡରେ ହିମନ୍ତ କ୍ରମାଗତ ସକ୍ରିୟ ଥିବାବେଳେ ଅନ୍ୟପଟେ ହେମନ୍ତ ସୋରେନ୍ ଜେଲରୁ ବାହାରି ଚର୍ଚ୍ଚାରେ ଅଛନ୍ତି । ଏହି ସମସ୍ତ ଘଟଣାକ୍ରମରେ ସମସ୍ତଙ୍କ ନଜର ବର୍ତ୍ତମାନ ହେମନ୍ତ ଏବଂ ହିମନ୍ତଙ୍କ ଉପରେ ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସହ- ପ୍ରଭାରୀ ନିଯୁକ୍ତ ହେଲା ପରେ ହିମନ୍ତ କ୍ରମାଗତ ଝାଡ଼ଖଣ୍ଡ ଗସ୍ତରେ ରହୁଛନ୍ତି । ରାଜ୍ୟରେ ଅନୁପ୍ରବେଶ ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଉଛନ୍ତି । ଏହା ବ୍ୟତୀତ ନିର୍ବାଚନ ପୂର୍ବରୁ ହିମନ୍ତ ଆଦିବାସୀଙ୍କ ଅଧିକାର ପ୍ରସଙ୍ଗ ମଧ୍ୟ ଉଠାଇବା ଆରମ୍ଭ କରିଛନ୍ତି । ସେ ହେମନ୍ତ ସୋରେନଙ୍କ JMM ଏବଂ କଂଗ୍ରେସ ଉପରେ ଭ୍ରଷ୍ଟାଚାର ଅଭିଯୋଗ କରୁଛନ୍ତି । ଏଥିପାଇଁ ହେମନ୍ତ ସୋରେନ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲିବାକୁ ଚାହୁଁଛନ୍ତି । ଅପରପକ୍ଷରେ ହେମନ୍ତ ସୋରେନ୍ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବାହାରବାଲା ବୋଲି ଦର୍ଶାଇଛନ୍ତି । ତାଙ୍କ ନାଁ ନେଇ ବିଜେପିକୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଏଭଳି କରି ହେମନ୍ତ ଆଦିବାସୀ ଭୋଟ୍ ହାତେଇବାକୁ ଚାହୁଁଛନ୍ତି । ସେରେନ୍ ଅଭିଯୋଗ କରୁଛନ୍ତି କି ହିମନ୍ତ ରାଜ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବା ଏବଂ ଜାତି ଓ ଧର୍ମ ନାଁରେ ଲୋକଙ୍କୁ ଉକସାଉଛନ୍ତି । ତେଣୁ ତାଙ୍କଠାରୁ ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.