ନୂଆଦିଲ୍ଲୀ: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶକ୍ତ ଝଟକା ଲାଗିଛି । କୋର୍ଟ ବୁଧବାର ଦିନ ଏହି ମାମଲାରେ ଲୋକସଭା ନିର୍ବାଚନକୁ ନେଇ ସୋରେନଙ୍କୁ ଅନ୍ତରୀଣ ଜାମିନ ଦେବା ଲାଗି ମନା କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ନିମ୍ନ କୋର୍ଟ ଏହି ମାମଲାରେ ସଂଜ୍ଞା ନେଇସାରିଛନ୍ତି । ବେଲ୍ ପିଟିସନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଏଥିରେ ଗିରଫର ଚ୍ୟାଲେଞ୍ଜ ଉପରେ ଶୁଣାଣିର ଆଧାର ହୋଇପାରିବ ନାହିଁ । ମାମଲାରେ ମଙ୍ଗଳବାର ଦିନ ମଧ୍ୟ କୋର୍ଟରେ ଯୁକ୍ତି ହୋଇଥିଲା । ହେମନ୍ତ ସୋରେନଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା କପିଲ ସିବଲ ଇଡି ପକ୍ଷରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଏସବି ରାଜୁ ମଙ୍ଗଳବାର ଦିନ ଏବଂ ବୁଧବାର ଦିନ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ।
କପିଲ ସିବଲ କୋର୍ଟରେ ଶୁଣାଣି ସମୟରେ କହିଛନ୍ତି ଯେ, ଏହା ୮.୮୬ ଏକର ଜମିର ମାମଲା ଅଟେ ଏବଂ ଏଥିରେ ହେମନ୍ତ ସୋରେନଙ୍କର କିଛି ସଂପର୍କ ନାହିଁ । ସମସ୍ତ ରେକର୍ଡ ସଠିକ ଅଛି ଏବଂ ଏଥିରେ କୌଣସି ବିବାଦ ହେବ ନାହିଁ । ସେହିପରି ଏସବି ରାଜୁ କହିଛନ୍ତି ଯେ, ଏପରି କହିବା ଭୁଲ ଅଟେ ଯେ, ଏହା କୌଣସି ବିବାଦୀୟ ନୁହେଁ ।