AI କହିଦେଲା କିଏ ହେବ Hera Pheri 3ର ‘ବାବୁରାଓ’, ଏହା ଜାଣି ଫ୍ୟାନ୍ସ ଖୁସି

ହେରାଫେରି ୩ ଖୁବ ଚର୍ଚ୍ଚାରେ, ବାବୁରାଓ ଚରିତ୍ରର ଅଭିନୟ କରିବେ ଏହି ଅଭିନେତା

ନୂଆଦିଲ୍ଲୀ: ହେରାଫେରି ଫିଲ୍ମର ପାର୍ଟ-୩କୁ ନେଇ ଚର୍ଚ୍ଚା ଲାଗି ରହିଛି। ପରେଶ ରାୱଲଙ୍କର ଅଚାନକ ଫିଲ୍ମରୁ ବାହାରିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଲୋକଙ୍କ ମନରେ ପ୍ରଶ୍ନ ଆସିଛି ଯେ, ଯଦି ପରେଶ ବାବୁରାଓ ଚରିତ୍ରରେ ଅଭିନୟ ନ କରିବେ ତେବେ ତାଙ୍କ ସ୍ଥାନରେ ଆଉ କିଏ ଅଭିନୟ କରିବ।

ଏହାରି ମଧ୍ୟରେ ରେଡିଟ ଏକ ଏଆଇ ଫଟୋ ସେୟାର କରିଛି, ଯେଉଁଥିରେ ବାବୁରାଓଙ୍କ ଗେଟ୍‌ଅପରେ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି।

ଏହି ଫଟୋରେ ପରେଶଙ୍କ ଚରିତ୍ର ଗଣପତରାଓ ଅପ୍ଟେଙ୍କ ରୋ ପାଇଁ ପଙ୍କଜଙ୍କୁ ଫିଟ୍ ବୋଲି କହିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଥିରେ ଫ୍ୟାନ୍ସ ମଧ୍ୟ ଖୁବ ଖୁସି ଅଛନ୍ତି।

रेडिट ने बताया कौन बन सकता है बाबूराव!

ଅଭିନେତା ପଙ୍କଜ ତ୍ରିପାଠୀ ଅନେକ ଫିଲ୍ମ ଏବଂ ୱେବସିରିଜରେ ଦମଦାର ଅଭିନୟ କରିଛନ୍ତି। ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋ ଦର୍ଶକଙ୍କ ମନରେ ଆଶ୍ୱସ୍ତି ଅଣିଛି।

जाने माने एक्टर हैं पंकज त्रिपाठी

ଲୋକଙ୍କ କହିବାନୁଯାୟୀ, ଏହି ଅଭିନେତା ହିଁ ବାବୁରାଓ ଚରିତ୍ରକୁ ଖୁବ ଭଲଭାବେ ଅଭିନୟ କରିପାରିବେ। କିନ୍ତୁ ଫଟୋ ଏଆଇ ତିଆରି କରିଛି, ଫିଲ୍ମ ମେକର୍ସ ହିଁ ନିଷ୍ପତ୍ତି ନେବେ ଯେ, କିଏ ଏହି ଅଭିନୟ କରିବ।