fbpx

ରାବଣଙ୍କୁ ଦିଆଯାଏ ମଦ, ନହେଲେ ଘୋର ଅନର୍ଥ…ଦଶହରାରେ ଏଠି ରହିଛି ଅଦ୍ଭୁତ ପରମ୍ପରା

ଆସୁଛି ପବିତ୍ର ଦଶହରା । ଭାରତର ବିଭିନ୍ନ ସ୍ଥାନରେ ଅନେକ ପରମ୍ପରା ଅନୁସାରେ ପାଳନ ହୋଇଥାଏ ଏହି ପର୍ବ । ଦଶହରାର ସେମିତି ଏକ ନିଆରା ପରମ୍ପରା ହେଉଛି ରାବଣପୋଡ଼ି । କିନ୍ତୁ ଭାରତର ଏକ ଜାଗାରେ ତ୍ରେତୟା ଯୁଗର ଦଶାନନ ରାବଣଙ୍କୁ ଦିଆଯାଏ ମଦ । ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ଗଳି ପଡନ୍ତି ରାବଣ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ ।

ପ୍ରତିବର୍ଷ ବିଜୟାଦଶମୀ ଅବସରରେ ମେରୁଟ ଭେନସାଲୀ ମଇଦାନରେ ଏକ ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ରାବଣ ଜାଳିବା ପାଇଁ ପ୍ରସ୍ତୁତି ଚାଲିବା ସମୟରେ ଏଠାରେ ରାବଣକୁ ମଦ ଦିଆଯାଇଥାଏ । କୁହାଯାଏ ଯଦି ଏଠାରେ ମଦ ଦିଆଯାଏନାହିଁ ତେବେ ରାବଣଙ୍କ ପ୍ରଭାବ ପଡ଼େ । କମିଟିର ଅଧ୍ୟକ୍ଷ ପୱନ ଗର୍ଗ ନିଜେ ଏହି ଦାବି କରିଛନ୍ତି ଯେ, ମଦ ଦିଆ ନଗଲେ ରାବଣପୋଡ଼ି ହେବା ପୂର୍ବରୁ ଏହା ଗଳି ପଡିଥାଏ । ସେ ଆହୁରି କହିଛନ୍ତି “ଶୟତାନ ଶକ୍ତି”ର ପ୍ରତୀକ ହେଉଛନ୍ତି ରାବଣ, ତେଣୁ ମଦ୍ୟପାନ କରିବାର ଏହି ରୀତିନୀତି ପାଳନ କରାଯିବା ଆବଶ୍ୟକ । ୧୯୫୯ ପରଠାରୁ ଏଠଶରେ ରାମଲୀଳା ଆୟୋଜିତ ହୋଇ ଆସୁଛି ଏବଂ ଦଶହରା ଉପରେ ମଧ୍ୟ ଏକ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ପରମ୍ପରା ଅନୁଯାୟୀ, ବିଜୟା ଦଶମୀ ଦିନ ରାବଣ ପୋଡ଼ି କରାଯାଏ । ସେବେଠାରୁ ଏହି ପରମ୍ପରା ଚାଲିଆସୁଛି । କମିଟି ଦ୍ୱାରା ମଦ୍ୟପାନ ନକରି ରାବଣଙ୍କର ମୂର୍ତ୍ତି ନିର୍ମାଣ କରିବାକୁ ଚେଷ୍ଟା କରାଯାଇଥିଲା । ଆଉ ପ୍ରତ୍ୟେକ ଥର ଏହା ଭାଙ୍ଗି ଯାଇଥିବା ନେଇ ଦାବି କରିଛି ସଂଗଠନ । ତେଣୁ ପ୍ରତିବର୍ଷ ବିଜୟ ଦଶମୀ ଅବସରରେ ମଦ ଦେବା ପରେ ହିଁ ରାବଣ ପୋଡ଼ି ଠିକ୍ ଭାବେ ହୋଇପାରେ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏଠାରେ ପ୍ରତିବର୍ଷ ଦଶହରାରେ ୧୩୦ ଫୁଟର ରାବଣ ତିଆରି କରାଯାଏ । ଅନେକ ସ୍ଥାନରୁ ଲୋକ ଏହି ରାବଣ ପୋଡ଼ି ଦେଖିବାକୁ ଆସନ୍ତି ।

Get real time updates directly on you device, subscribe now.