fbpx

PM MODI କଲେ ଚିତାର ନାମକରଣ: ଜନ୍ମଦିନ ଉପଲକ୍ଷେ ନାମିବିଆରୁ ଆସିଥିଲା ମାଈ ଚିତା

ଭୋପାଳ: ଭାରତରେ ଲୁପ୍ତପ୍ରାୟ ଚିତାଙ୍କୁ ପୁଣିଥରେ ଅସ୍ଥିତ୍ୱ ବନାଇବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଜନ୍ମଦିନ ଉପଲକ୍ଷେ ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଛି । ଏମାନଙ୍କୁ ମଧ୍ୟପ୍ରଦେଶର କୁନୋ ନେସନାଲ ପାର୍କରେ ଛଡାଯାଇଛି । କେବଳ ସେତିକି ନୁହେଁ ମୋଦି ଏମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ପ୍ରୟାସ କରୁଛନ୍ତି । କେବଳ ସେତିକି ନୁହେଁ ଏମାନଙ୍କ ମଧ୍ୟରେ ଥିବା ଏକ ମାଈ ଚିତାର ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନାମିବିଆରୁ ଆସିଥିବା ଏହି ଚିତାଙ୍କୁ ଶନିବାରକୁନୋ ନେସନାଲ ପାର୍କରେ ରିଲିଜ କରିଛନ୍ତି ପିଏମ ମୋଦି । ଏହାସହିତ ୪ ବର୍ଷର ଏକ ମାଈ ଚିତାକୁ ସେ ସୁନ୍ଦର ନାମକରଣ କରିଛନ୍ତି । ନାମିବିଆରୁ ଚିତାମାନଙ୍କୁ ଆଣିବା ପଛରେ ମୋଦିଙ୍କର ଏକ ବଡ ଆଶା ରହିଛି । ତେଣୁ ଏହି ଚିତାର ନାମ ସେ ‘ଆଶା’ ବୋଲି ରଖିଛନ୍ତି । ସୂଚନା ଅନୁସାରେ, ଭାରତରେ ଓହ୍ଲାଇବା ମାତ୍ରେ ଚିତାଙ୍କୁ ଫ୍ରାନ୍ସ ଇଣ୍ଡୋଙ୍ଗୋ ଭାବରେ ପରିଚିତ ଥିଲା । ନାମିବିଆ ବିଳାସପୂର୍ଣ୍ଣ ଖେଳ ସଂରକ୍ଷଣର ମାଲିକ ଫାନ୍ସ ଇଣ୍ଡୋଙ୍ଗୋ ଜଙ୍ଗଲୀ ଚିତାକୁ ନିଜ ସମ୍ପତ୍ତି ବୋଲି ମାନୁଥିଲେ ।

କୁନୋ ନେସନାଲ ପାର୍କରେ ନାମିବିଆରୁ ଅଣାଯାଇଥିବା ଚିତାଙ୍କୁ ୨୪ ଘଣ୍ଟା ପୂରିଯାଇଛି । ତେବେ ଏମାନେ ଶିକାର କରିଥିବା ମଧ୍ୟ ଜଣାଯାଇଛି । ନୂଆ ଜାଗାରେ ନିଜକୁ ପାଇ ସାମାନ୍ୟ ଭୟଭୀତ ଥିବା କହିଛନ୍ତି ପାର୍କର ଅଧିକାରୀ । ତେବେ ସେମାନଙ୍କ ଆଚରଣ ପ୍ରାୟତଃ ସକରାତ୍ମକ ଏବଂ ସାଧାରଣ ରହିଛି ।

Get real time updates directly on you device, subscribe now.