fbpx

ଜୁଲାଇ ୩୧ ଯାଏଁ ଖୋଲିବନି ଐତିହ୍ୟସ୍ଥଳ

ଭୁବନେଶ୍ୱର,୫ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କମିବା ବଦଳରେ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି । ଏନେଇ ଜୁଲାଇ ୩୧ ଯାଏଁ ଖୋର୍ଦ୍ଧା ଜିଲ୍ଲାର ୯ ଐତିହ୍ୟସ୍ଥଳ ଖୋଲିବନି । ଐତିହ୍ୟସ୍ଥଳ ଖୋଲିବା ଉପରେ ରୋକ୍ ଲଗାଇଲେ ଜିଲ୍ଲାପାଳ । କରୋନା ସଂକ୍ରମଣ ବଢୁଥିବାରୁ ଲୋକଙ୍କର ବୁଲିବା, ଭିଡ କମାଇବାକୁ ବାରଣ କରାଯାଇଛି । ଏନେଇ ଜୁଲାଇ ୩୧ ଯାଏଁ କୌଣସି ଲେକ ଐତିହ୍ୟସ୍ଥଳ ଯାଇପାରିବେ ନାହିଁ । ତେବେ ପୂର୍ବରୁ ଲୋକଙ୍କ ପାଇଁ ଐତିହ୍ୟସ୍ଥଳ ଖୋଲିବାକୁ ଏଏସଆଇ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.